ପାର୍ସଲ ବୋମା ବିସ୍ଫୋରଣ : ୮ ମାସ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିଲା ପୁଂଜିଲାଲ

0
872
parcel bomb-punjilal
parcel bomb-punjilal
ବଲାଙ୍ଗୀର : ଦୀର୍ଘ ୮ ମାସ ପୂର୍ବରୁ ମୃତ୍ୟୁର ଷଡ଼ଯନ୍ତ୍ର ଖୋଦ୍ ପୁଂଜିଲାଲ ମେହେର ହିଁ କରିଥିଲେ ।  ସେ ନିଜେ ବୋମା ତିଆରି କରିବାଠାରୁ ଆରମ୍ଭ କରି ପାର୍ସଲ ପହଁଚାଇବା ପର୍ୟ୍ୟନ୍ତ ନିଜେ ସବୁ କରିଥିଲେ ।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଗୁମର ଖୋଲିବା ଆରମ୍ଭ ହୋଇଛି । ଗାଦିର ଲାଳସାରେ ଦୀର୍ଘ ୮ ମାସ ପୂର୍ବରୁ ମୃତ୍ୟୁର ଷଡ଼ଯନ୍ତ୍ର ଖୋଦ୍ ପୁଂଜିଲାଲ ମେହେର ହିଁ କରିଥିଲେ । ସେ ନିଜେ ବୋମା ତିଆରି କରିବାଠାରୁ ଆରମ୍ଭ କରି ପାର୍ସଲ ପହଁଚାଇବା ପର୍ୟ୍ୟନ୍ତ ନିଜେ ସବୁ କରିଥିଲେ । କିନ୍ତୁ ନିଜ ଯୋଜନାକୁ ସେ ଏପରି ଭାବରେ କରିଥିଲେ ଯେ କିଛି ପ୍ରମାଣ ବି ଛାଡ଼ି ନ ଥିଲେ । କିଛି ଏଭଳି ତଥ୍ୟ ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଓ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା  । ଅନ୍ୟପକ୍ଷରେ ତାଙ୍କୁ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା ।  ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ଓ ଭଏଁସା ଜ୍ୟୋତି ବିକାଶ କଲେଜର ଅଧ୍ୟାପକ ପୁଂଜିଲାଲ ମେହେରଙ୍କ ମଧ୍ୟରେ ଥିଲା ବିବାଦ । ପୁଂଜିଲାଲ କଲେଜର ଭାରାପ୍ରାପ୍ତ ଅଧ୍ୟକ୍ଷ ଥିବା ବେଳେ ସଂଯୁକ୍ତା ବରିଷ୍ଠତା ଦୃଷ୍ଟିରୁ ଅଧ୍ୟକ୍ଷା ହୋଇଥିଲେ । ଯାହାକୁ ନେଇ ପୁଂଜିଲାଲ ଓ ସଂଯୁକ୍ତାଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଏହା ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ପଂଜିଲାଲ । ଏହା ମୃତ୍ୟୁର ଜାଲ ବୁଣିବା ଆରମ୍ଭ କରିଥିଲା ପୁଂଜିଲାଲ । ନିଜେ ୟୁଟ୍ୟୁବ୍‌ ଦେଖି ପାର୍ସଲ ବୋମା ପ୍ରସ୍ତୁତ କରିଥିଲା । ବଲାଙ୍ଗୀରରେ ଦୀପାବଳୀ ସମୟରେ ବଜାରରୁ ବାଣ କିଣି ବାରୁଦ ସଂଗ୍ରହ କରି ୨ କିଲୋଗ୍ରାମରେ ବୋମା ତିଆରି କରିଥିଲା । ବେଶ ବଦଳାଇ ବିନା ଟିକେଟ୍‌ ତାହାକୁ ନିଜେ ନେଇ ରାୟପୁର ଯାଇଥିଲା । କିନ୍ତୁ କୋରିୟର୍‌ ଅଫିସରେ ବୋମା ପହଁଚାଇବା ପାଇଁ ଏକ ଅଟୋ ଡ୍ରାଇଭର ସାହାଯ୍ୟ ନେଇଥିଲା । କୋରିୟର୍‌ ପହଁଚିଥିଲା ସୌମ୍ୟଶେଖରଙ୍କ ଘରେ ଏବଂ ନିମିଷକେ ମଧ୍ୟରେ ଚୁନା କରି ଦେଇଥିଲା ରୀମାଙ୍କ ସୁନାର ସଂସାରକୁ । କିନ୍ତୁ କ୍ରାଇମବ୍ରାଂଚର ତଦନ୍ତକୁ ବାଟବଣା କରିବାକୁ ବଲାଙ୍ଗୀର ଏସ୍‌ପିଙ୍କୁ ଚିଠି ଲେଖିଥିଲା କି ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ଅଟେ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

ତେବେ ଗିରଫ ହୋଇଥିବା ପୁଂଜିଲାଲକୁ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି । ୧୪ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଂଚ ଆବେଦନ କରିଥିବା ଆଇଜି ସୂଚନା ଦେଇଛନ୍ତି ।