ପାର୍ସଲ ବୋମା ବିସ୍ଫୋରଣ : ମିଳିଛି ନୂଆ ସୁରାକ୍ , ପୁଞ୍ଜିଲାଲଙ୍କ ଘରୁ ମିଳିଲା ବିସ୍ଫୋରକ

0
885
parcel bomb
parcel bomb
ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଜି ନୂଆ ସୁରାକ୍ ମିଳିଛି। ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରଣ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ। ଘଟଣାର ଖୁବ ଶୀଘ୍ର ପର୍ଦ୍ଦାଫାଶ ହେବ ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଖୁବ ଶୀଘ୍ର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରୁ ପରଦା ହଟିବାକୁ ଯାଉଛି। ଯାହା ସନ୍ଦେହ ବା ଚର୍ଚ୍ଚା ହେଉଥିଲା ତାହା ହିଁ ବାସ୍ତବ ରୂପରେ କିଛି କିଛିଟା ନଜର ଆସୁଥିବାର ଦେଖାଯାଉଛି। ଅଭିଯୁକ୍ତକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରିଥିବା ବେଳେ ଏହି ଘଟଣାରେ ଆଜି ନୂଆ ସୁରାକ୍ ମିଳିଛି। ମାରାଥନ ଜେରା କରାଯାଉଥିବା ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରଣ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ। ପୁଞ୍ଜିଲାଲ୍ ମୃତ  ସୌମ୍ୟଶେଖରଙ୍କ ମାଆଙ୍କ ସହକର୍ମୀ ଥିଲେ। କଲେଜରେ ପ୍ରିନ୍ସପାଲ ପଦ ପାଇଁ ସୌମ୍ୟଙ୍କ ମାଆ ସହିତ ପୁଞ୍ଜିଲାଲଙ୍କ ପୂର୍ବରୁ ମନୋମାଳିନ୍ୟ ରହିଥିଲା ଏବଂ ଏହାକୁ ନେଇ କାନ୍ଥବାଡରେ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଅଶ୍ଳୀଳ ଭାଷାରେ ବିଭିନ୍ନ ମନ୍ତବ୍ୟ ଲେଖିଥିବା ସୌମ୍ୟଙ୍କ ବାପା ରବୀନ୍ଦ୍ର ସାହୁ ମଧ୍ୟ ପ୍ରକାଶ କରିଛନ୍ତି।    ତେଣୁ ପୂର୍ବରୁ ଯେପରି ଚର୍ଚ୍ଚା ହେଉଥିଲା ବା ସନ୍ଦେହ ସୃଷ୍ଟି ହେଉଥିଲା ଯେ ଚୌକି ଲାଳସାରୁ ବିବାଦ ସୃଷ୍ଟି ହୋଇଛି। ତାହାକୁ ନେଇ ସନ୍ଦେହ ଆହୁରି ତୀବ୍ର ହୋଇଛି। ତେବେ ଏକ ସାମାନ୍ୟ ପଦକୁ ନେଇ ଏପରି କିଏ କଣ କରିପାରେ ସେ ନେଇ ମଧ୍ୟ ଦ୍ୱନ୍ଦ ସୃଷ୍ଟି ହେଉଛି। ତେବେ ଭଇଁଷା କଲେଜ ଅଧ୍ୟକ୍ଷ ପଦକୁ ନେଇ ଲାଗିଥିବା ବିବାଦରୁ ୨ଜଣଙ୍କ ଜୀବନ ଯାଇଥିବା ଚର୍ଚ୍ଚା ବାସ୍ତବରେ ତାହା ନୁହେଁ ତ ? କାହିଁକି ନା ଜଣେ ପ୍ରଫେସରଙ୍କ ଘରୁ ବିସ୍ଫୋରଣ ଜବତ ଘଟଣା ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ପ୍ରଶ୍ନ ଘେରରେ ରହିଥିବା ଅଭିଯୁକ୍ତ କିଏ। ଏକ ନା ଏକାଧିକ ଏହି ମାମଲାରେ ସଂପୃକ୍ତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଦ୍ୱନ୍ଦ ଘେରରେ ଥିବା ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ବୃତ୍ତିଗତ ରେକର୍ଡ ଯାଞ୍ଚ କରାଯିବ ସହ ପୁଞ୍ଜିଲାଲଙ୍କ କମ୍ପ୍ୟୁଟରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ ହୋଇଛି। ପୁଞ୍ଜିଲାଲ, ଶଳା ଚନ୍ଦ୍ରମଣି ମେହେର ଓ ସହଯୋଗୀ ବିଘ୍ନେଶ ବିନ୍ଧାଣିଙ୍କ ସମେତ ୭ ଜଣଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରୁଛି। ଘଟଣାର ଖୁବ ଶୀଘ୍ର ପର୍ଦ୍ଦାଫାଶ ହେବ ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।