ଅପରପକ୍ଷରେ ନବବଧୂ ରିମା ଏବେ ସୁସ୍ଥ ଅଛନ୍ତି। କିନ୍ତୁ ୨୫ ଦିନ ପରେ ସ୍ୱାମୀ ମୃତ୍ୟୁ ଖବର ଜାଣି ଭଙ୍ଗି ପଡ଼ିଛନ୍ତି ରିମା। ଏକ ପୁରଣା ଖବର କାଗଜରୁ ପଢ଼ି ଜାଣିବା ପରେ ସ୍ୱାମୀଙ୍କୁ ବଞ୍ଚାଇ ପାରିଲିନି ବୋଲି ରିମା ପରିବାରବର୍ଗଙ୍କ ଆଗରେ କୋହଭରା କଣ୍ଠରେ କହିଛନ୍ତି। ପାଟଣାଗଡ଼ ଏସପି ମଧ୍ୟ ଏହି ଘଟଣାରେ କୌଣସି ସୂଚନା ଦେଉନାହାଁନ୍ତି।
ପ୍ରକାଶ ଯେ, ଗତ ଫେବୃୟାରୀ ୧୮ ତାରିଖ ଦିନ ବ୍ରହ୍ମପୁରା ଅଞ୍ଚଳ ଛକ ନିକଟରେ ଘର କରି ରହୁଥିବା ଅଧ୍ୟାପକ ରବିନ୍ଦ୍ର ସାହୁ ଓ ଅଧ୍ୟାପିକା ସଂଯୁକ୍ତା ସାହୁଙ୍କ ଏକମାତ୍ର ପୁତ୍ର ସୌମ୍ୟଶେଖରଙ୍କ ବାହାଘର ଥିଲା । ଶୁକ୍ରବାର ଅପରାହ୍ନ ୧୨ ଟା ୪୫ରେ ତାଙ୍କ ଘରେ ସ୍କାଏ କିଙ୍ଗ୍ କୋରିୟର୍ ସର୍ଭିସରୁ ପହଂଚିଥିଲା ୨ କେଜି ୧୦ ଗ୍ରାମର ଏକ ପାର୍ସଲ୍ । ଏହି ଉପହାର ପାର୍ସଲ୍ କୁ ଖୋଲିବା ପରେ ଘଟିଥିଲା ଅଘଟଣ । ସେହି ସମୟରେ ବାପା ରବିନ୍ଦ୍ର ସାହୁ ଡାକ୍ତରୀ ପଢୁଥିବା ଝିଅକୁ ଛାଡ଼ିବାକୁ ଦିଲ୍ଲୀ ଯାଇଥିବା ବେଳେ ମା ନିଜ କଲେଜକୁ ଅଧ୍ୟାପନା ପାଇଁ ଚାଲି ଯାଇଥିଲେ । ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଏବଂ ରିମାଙ୍କୁ ପାଟଣାଗଡ଼, ବଲାଙ୍ଗୀର ଓ ପରେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା । ଜେଜେମା ଜେମାମଣିଙ୍କ ବଲାଙ୍ଗୀର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବାବେଳେ ସୌମ୍ୟଶେଖରଙ୍କ ବୁର୍ଲାରେ ମୃତ୍ୟୁ ଘଟିଥିଲା । ଏହି ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ, ଘରର କାନ୍ଥ ଫାଟି ଯାଇଥିଲା । ଘରେ ଥିବା ଆସବାବପତ୍ର ପୋଡି ଯାଇଥିଲା ।