ପିଏନବି ଠକେଇକୁ ନେଇ ହୋ ହାଲ୍ଲା : ଗୃହ ମୁଲତବୀ

0
807
ho halla in loksabha monday
ho halla in loksabha monday

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାକୁ ନେଇ ବିରୋଧୀ ଦଳ ହା ହଲ୍ଲା କରିବା ପରେ ସଂସଦକୁ ଅପରାହ୍ନ ଯାଏଁ ମୁଲତବୀ କରିଦିଆଯାଇଛି ।
ସୋମବାରରୁ ଆରମ୍ଭ ହୋଇଛି ଲୋକସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ । ଲୋକସଭା ଅଧିବେଶନ ଆରମ୍ଭ ମାତ୍ରକେ ବିରୋଧୀ ଦଳ ପକ୍ଷରୁ ନାରାବାଜି କରାଯାଇଥିଲା । କଂଗ୍ରେସ ଦଳ ପିଏନବି ଠକେଇ ଦୁର୍ନୀତି ଆଲୋଚନା ଚାହୁଁଥିବା ସହ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରଙ୍କ ପୁଅ କୀର୍ତ୍ତି ଚିଦାମ୍ବରଙ୍କ ଗିରଫକୁ ନେଇ ନାରାବାଜି କରିଛି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସୋମବାର କହିଛନ୍ତି ଯେ, ନୀରବ ମୋଦି ଓ ମେହୁଲ ଚୌକସି ଦ୍ୱାରା ବ୍ୟାଙ୍କ ଠକେଇ ମାମଲା କଂଗ୍ରେସ ସହିତ ଯୋଡ଼ି ହୋଇରହିଛି । ସମସ୍ୟା କଂଗ୍ରେସ ଅମଳରୁ ଆରମ୍ଭ ହୋଇଛି । ଏହି ଘଟଣାରେ ଦେଶବାସୀଙ୍କୁ ଭ୍ରମିତ କରାଯାଉଛି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନାକ ନିଶ ତଳେ ଏହି ଦୁର୍ନୀତି ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଏହାର ଜବାବ ଦେବାକୁ ପଡ଼ିବ । କୀର୍ତ୍ତିଙ୍କ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଓ କଂଗ୍ରେସକୁ ଘେରିଛି ବିଜେପି । ଦୁର୍ନୀତିର ଅଭିଯୋଗରେ ପୂର୍ବତନ ଅର୍ଥମନ୍ତ୍ରୀ କିଭଳି ଯୋଡ଼ା ହୋଇ ରହିଛନ୍ତି ବିଜେପି କହିଛି ।
ତେଣେ ଚଳିତ ଅଧିବେଶନରେ ନିଜ ସହଯୋଗୀ ଦଳ ତେଲୁଗୁ ଦେଶମ୍ ପକ୍ଷରୁ ଆସୁଥିବା ଅବହେଳା ପ୍ରସଙ୍ଗକୁ ବିଜେପି ସରକାର ସାମ୍ନା କରିବାକୁ ଯାଉଛନ୍ତି । ଚଳିତ ବଜେଟ୍ ରେ ଆନ୍ଧ୍ର୍ରପ୍ରଦେଶକୁ ଅବହେଳା କରିଯାଇଥିବା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଅଛନ୍ତି । ଜାନୁଆରୀ ଠାରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନ ଆଗାମୀ ଅପ୍ରେଲ ୯ରେ ଶେଷ ହେବ ।