ନୂଆଦିଲ୍ଲୀ : ପିଏନ୍ବିରେ ବଡ଼ ଠକେଇ ପରେ ଆର୍ବିଆଇ ସରକାରୀ ବ୍ୟାଙ୍କରେ ଏକ ସ୍ୱତନ୍ତ୍ର ଅଡ଼ିଟ୍ ଆରମ୍ଭ କରିଛି । ଗ୍ୟାରେଣ୍ଟି ପତ୍ର ବା ଏଲ୍ଓସି ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଆର୍ବିଆଇ ସମସ୍ତ ବ୍ୟାଙ୍କରେ ଜାରି କରିଥିବା ଏଲ୍ଓସିର ତଥ୍ୟ ମାଗିଛି ଏବଂ ସେଥିରେ ବ୍ୟାଙ୍କ ଗୁଡ଼ିକରେ ଥିବା ବକେୟା ରାଶିର ମଧ୍ୟ ହିସାବ ମାଗିଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନୂତନ ପଦକ୍ଷେପ ହାତକୁ ନେଇଛି । ଆର୍ବିଆଇ ସରକାରୀ ବ୍ୟାଙ୍କରେ ଏକ ସ୍ୱତନ୍ତ୍ର ଅଡ଼ିଟ୍ ଆରମ୍ଭ କରିଛି । ଟ୍ରେନ୍ ଫାଇନାନସିଂ ଏବଂ ବ୍ୟାଙ୍କଗୁଡ଼ିକୁ ଦିଆଯାଉଥିବା ଗ୍ୟାରେଣ୍ଟି ପତ୍ର ବା ଏଲ୍ଓସି ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଆର୍ବିଆଇ ସମସ୍ତ ବ୍ୟାଙ୍କରେ ଜାରି କରିଥିବା ଏଲ୍ଓସିର ତଥ୍ୟ ମାଗିଛି ଏବଂ ସେଥିରେ ବ୍ୟାଙ୍କ ଗୁଡ଼ିକରେ ଥିବା ବକେୟା ରାଶିର ମଧ୍ୟ ହିସାବ ମାଗିଛି । ସୂଚନା ମୁତାବକ, ବ୍ୟାଙ୍କ୍ ଗୁଡ଼ିକରେ ଋଣ ଦେବାକୁ ପୂର୍ବରୁ ଅନୁମତି ଥିଲା ନା ନାହିଁ କିମ୍ବା ଏଲ୍ଓସି ଦେବା ପୂର୍ବରୁ ତାଙ୍କ ପାଖରେ ପର୍ୟ୍ୟାପ୍ତ ପରିମାଣରେ ଅର୍ଥରାଶି ଥିଲା କି ନାହିଁ ତାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯାଞ୍ଚ କରିବ । ହୀରା ବ୍ୟବସାୟୀ ନିରବ ମୋଦୀ ପିଏନ୍ବିରୁ କରିଥିବା ଠକେଇରେ ଆହୁରି ଅନ୍ୟ ଟ୍ରେଡ୍ ଫାଇନାନସିଂ ମଧ୍ୟ ସାମିଲ ରହିଛନ୍ତି । ପିଏନ୍ବି ଠକେଇରେ ମଧ୍ୟ ଏଲ୍ଓସିର ବ୍ୟବହାର କରାଯାଇଛି । ତେଣୁ ଏହି ଅଡ଼ିଟ୍ ଦ୍ୱାରା ଆର୍ବିଆଇ ଅନ୍ୟ ମାମାଲାଗୁଡ଼ିକର ମଧ୍ୟ ଯାଞ୍ଚ କରି ପାରିବ ।