ପିକଅପ୍ ଧକ୍କାରେ ଜଣଙ୍କ ମୃତ୍ୟୁ

0
779

Khabar Odisha: Accident-In-Keonjharକେନ୍ଦୁଝର: ଘଟଗାଁର ମଙ୍ଗଳପୁର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ୩୫ ବର୍ଷୀୟ ଜଗନ୍ନାଥ ନାୟକ ହୋଇଥିବା ସୂଚନା ମିଳିଛି । ସକାଳୁ ଏକ ପିକଅପ୍ ଭ୍ୟାନ ଧକ୍କାରେ ଜଗନ୍ନାଥଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଡୁବୁରୀ – ନରଣପୁର ରାସ୍ତାରେ ଗ୍ରାମବାସୀମାନେ ରାସ୍ତାରୋକ କରିଥିବା ଦେଖାଯାଇଛି। ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଫେରାର ରହିଥିବାବେଳେ ପୋଲିସର ତଦନ୍ତ ଜାରି ରହିଛି ।