ପିକଅପ୍ ଭ୍ୟାନରୁ ଗୁଟଖା ସହ ୫ ଲକ୍ଷ ଟଙ୍କା ଜବତ : ୨ ଗିରଫ

0
871

ସୁନ୍ଦରଗଡ଼: ନକଲି ଗୁଟଖା ଚାଲାଣ ର।କେଟକୁ ଠାକ କରିଛି ରାଜଗାଙ୍ଗପୁର ପୁଲିସ୍  । ଏକ ଭ୍ୟାନ ଯୋଗେ ରାଜ୍ୟ ବାହାରୁ ଚାଲାଣ ହୋଉଥିବା ୯ କୁଇଂଟାଲ ଗୁଟଖା ସହ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍  । ଏହି ଘଟଣାରେ ସଂପୃକ୍ତ ବ୍ୟବସାୟୀ ଦୀପକ ଅଗ୍ରୱାଲ ଓ ଗାଡ଼ି ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଭ୍ୟାନ୍ ଯୋଗେ ନକଲି ଗୁଟଖା ସବୁ କଟକରୁ ଜାମପାଲି ଚାଲାଣ ହେଉଥିବା ବିଶେଷସୂତ୍ରରୁ ରାଜଗାଙ୍ଗପୁର ପୋଲିସ ଜାଣିବାକୁ ପାଇ ଏହି ଚଢାଉ କରିଥିଲା। ଘଟଣା ସମ୍ପର୍କରେ ରାଜଗାଙ୍ଗପୁର ଥାନାରେ ମାମଲା ରୁଜୁ କରି ପୋଲିସ ଖୋଳତାଡ଼ କରୁଛି। ଜବତ ହୋଇଥିବା ଗୁଟଖାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।