ପୁଣି ଦବଙ୍ଗ ହେବେ ସଲମାନ

0
871

ମୁମ୍ବାଇ: ‘ଦବଙ୍ଗ’ ଫିଲ୍ମର ନାଁ ଶୁଣିବା ମାତ୍ରେ ଚୁଲବୁଲ ପାଣ୍ଡେଙ୍କ ଚରିତ୍ର ଲୋକଙ୍କ ମନକୁ ପ୍ରଥମେ ଆସିଥାଏ । ଏହି ଚରିତ୍ରରେ ସଲମାନ ଖାନ ଏପରି ଅଭିନୟ କରିଥିଲେ ଯାହା ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବଲିଉଡର ‘ଟାଇଗର’ ବର୍ତମାନ ‘ରେସ ୩’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଏହା ଭିତରେ ତାଙ୍କ ଭାଇ ଅରବାଜ ଖାନ୍ ଦବଙ୍ଗ ୩ ଫିଲ୍ମକୁ ନେଇ ବଡ ବୟାନ ଦେଇଛନ୍ତି । ଅରବାଜ ନିକଟରେ ଏକ ‘ସର୍ଟ ମୁଭି ଦେଖିବାକୁ ଆସିଥିଲେ । ଏହି ସମୟରେ ମିଡିଆରେ ତାଙ୍କୁ ବହୁ ପ୍ରଶ୍ନ ପଚାରାଯାଇ ଥିଲା । ଅରବାଜ କହିଲେ କି ‘ଆସୁଥିବା ସିନେମା ପରେ ସେ ଡିଜିଟାଲ ପ୍ଲାଟଫର୍ମ ଉପରେ କାମ କରିବେ । ସେ ସର୍ଟ ଫିଲ୍ମ ବ୍ୟତିତ ୱେବ ସିରିଜରେ ମଧ୍ୟ କାମ କରିବାର ସମ୍ଭାବନା ଅଛି । ବର୍ତମାନ ସେ ‘ଦବଙ୍ଗ ୩’ ଉପରେ ପୁରା ଧ୍ୟାନ ଦେଉଛନ୍ତି । ଏହି ଫିଲ୍ମର ସୁଟିଙ୍ଗ ଚଳିତ ବର୍ଷର ମଧ୍ୟ ଭାଗରେ ଆରମ୍ଭ ହେବ । କିଛି ଦିନ ପୂବରୁ ଏହି ସିନେମାର ଏକ ଗୀତ ର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସଲମାନ ଖାନ୍ ପୋଲିସ ପୋଷାକରେ ପୋଲ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଗୀତଟି ସଲମାନ ଖାଁଙ୍କ ‘ଦବଙ୍ଗ ୩’ ଫିଲ୍ମର ଏକ ଅଂଶ ଥିଲା । ସେଥିରେ ସଲମାନ ଖାଁ ଗୁଣ୍ଡାଙ୍କ ସହିତ ମାଡଗୋଳ କରିବା ସହିତ ପୋଲ ଡ୍ୟାନ୍ସ କରୁଛନ୍ତି । ‘ଦବଙ୍ଗ ୩’ ୨୦୧୦ ରେ ନିର୍ମିତ ହୋଇଥିବା ଦବଙ୍ଗ ସନେମାର ତୃତୀୟ ପାର୍ଟ ଅଟେ । ଏହି ସନେମାକୁ ଅରବାଜ ପ୍ରଯୋଜନା କରୁଥିବା ବେଳେ ଏଥର ମଧ୍ୟ ତୃତୀୟ ଥର ପାଇଁ ସଲମାଙ୍କ ସହିତ ସୋନାକ୍ଷୀ ସ୍ନିହା ଲିଡ୍ ରୋଲରେ ନଜର ଆସିବେ ।