ପୁଣି ଦବିଲା ଗୁରୁପ୍ରିୟା ସେତୁ

0
811
Gurupriya
Gurupriya
ମାଲକାନଗିରି :  ନିର୍ମାଣାଧୀନ ଗୁରୁପ୍ରିୟା ସେତୁ ପୁଣି ଦବି ଯାଇଛି ।  ନିର୍ଦ୍ଧାରିତ ସମୟରେ ଗୁରୁପ୍ରିୟା ଶେଷ ହେବା ଅସମ୍ଭବ ହୋଇପଡିଛି। ଜଳଭଣ୍ଡାର ପାଣି କମିବା ପରେ ଏହି ସେତୁର ପାଇଲ୍ ଦବି ଯାଇଥିବା ଜଣାପଡିଛି। ୧୬ ନମ୍ବର ପିଲାରର ୬ ପାଇଲ ମଧ୍ୟରୁ ୨ଟି ପାଇଲ ଦବି ବଙ୍କା ହୋଇଯାଇଛି। ନିମ୍ନମାନର କାମ ହୋଇଥିବାରୁ ଏହି ସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି।

ପୂର୍ବରୁ ମଧ୍ୟ ନିମ୍ନମାନର କାମ ହୋଇଥିବାରୁ ପାଇଲ ଦବିଥିବା ବେଳେ ଆଜି ଏହାର ପୁନରାବୃତ୍ତି ହୋଇଛି। ବଙ୍କା ହୋଇଥିବା ପାଇଲ ଗୁଡିକ ୧୩ରୁ ୧୮ ନମ୍ବର ପିଲାର ମଧ୍ୟରେ ରହିଛି। ଏହି ପିଲାର ମଧ୍ୟରେ ୬ଟି ଲେଖାଏଁ ପାଇଲ ରହିଛି। ଏପରି ହେବାରୁ ନିର୍ଦ୍ଧାରିତ ସମୟରେ ଗୁରୁପ୍ରିୟା ଶେଷ ହେବା ଅସମ୍ଭବ ହୋଇପଡିଛି। ବିଚ୍ଛିନ୍ନାଂଚଳ ବାସିନ୍ଦା ଗୁରୁପ୍ରିୟା ସେତୁକୁ ନେଇ ଦେଖିଥିବା ସ୍ୱପ୍ନ କେବେ ସାକାର ହେବା ସେ ନେଇ ପ୍ରଶ୍ନ ଉଠିଛି। ଅପରପକ୍ଷରେ ଏହି ଘଟଣାକୁ ରାସ୍ତା ଓ ଗୃହ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ ଖଣ୍ଡନ କରିଛନ୍ତି। ବିଚ୍ଛିନ୍ନାଂଚଳବାସୀଙ୍କ ଲାଇଫ୍ ଲାଇନ୍ କୁହାଯାଉଥିବା ଏହି ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ କେବେ ଯେ ଶେଷ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।