ପୁଣି ନାବାଳିକାକୁ ଦୁଷ୍କର୍ମ

0
880
minor-rape
minor-rape

ପୁରୀ :ପୁଣି ହୋଇଛି ନାବାଳିକାକୁ ଦୁଷ୍କର୍ମ । କୋଣାର୍କ ନୟାହାଟ ଫାଣ୍ଡି ସ୍ଥିତ ଏକ ସ୍କୁଲ ପରିସରରେ ଜଣେ ୯ ବର୍ଷର ବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ଦିନକୁ ଦିନ ରାଜ୍ୟରେ ଦୁଷ୍କର୍ମ ପରି ଲୋମହର୍ଷଣ ଘଟଣା ବଢିବାରେ ଲାଗିଛି। ଏପରି ଘଟଣାର ଅଧିକାଂଶ ଶିକାର ହେଉଛନ୍ତି ନାବାଳିକା। ରାଜ୍ୟ ସରକାର ମଧ୍ୟ ନାରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ହେଉଛନ୍ତି। ଆଇନ ଯେତେ କୋଠୋର ହେଲେ ମଧ୍ୟ ଧର୍ଷଣକାରୀ ତାହାକୁ ଫୁ କରିଦେଉଛନ୍ତି । ଆଜି ପୁଣି କୋଣାର୍କ ନୟାହାଟ ଫାଣ୍ଡି ସ୍ଥିତ ଏକ ସ୍କୁଲ ପରିସରରେ ଜଣେ ୯ ବର୍ଷର ବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ଆଜି ଝିଅ ଘରକୁ ଫେରିବାରୁ ବିଳମ୍ବ ହେବାରୁ ପରିବାର ଲୋକ ତାକୁ ସବୁଆଡେ ବହୁତ ଖୋଜାଖୋଜି କରିଥିଲେ। ମାତ୍ର ସବୁ ଜାଗାରେ ଖୋଜି ନିରାଶ ହେବା ପରେ ଶେଷରେ ଝିଅକୁ ଯୋଗେଶ୍ୱର ସ୍କୁଲ ପରିସରରୁ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ଝିଅକୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ନାବାଳିକା ସହ ଦୁଷ୍କର୍ମ ହୋଇଥିବା ମଧ୍ୟ ଡାକ୍ତର ପ୍ରକାଶ କରିଛନ୍ତି। ନାବାଳିକାଙ୍କ ପରିବାର ଲୋକ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଦୁଷ୍କର୍ମକାରୀ କିଏ ଏପର୍ଯ୍ୟନ୍ତ ପୋଲିସ ଅଜ୍ଞ ଥିବାବେଳେ ଏହାର ତଦନ୍ତ ଜାରି ରଖିଛି।