ପୁଣି ଭାଇରାଲ୍ ହେଲା ଫିଜିକାଲ ସାଇନ୍ସ ପ୍ରଶ୍ନପତ୍ର

0
940

କେନ୍ଦୁଝର: ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର ବନ୍ଦ କରାଯାଇଛି। କେନ୍ଦ୍ରମାନଙ୍କରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାତ୍ର ବହୁ କଡା କଟକଣା ସତ୍ତ୍ୱେ ପୁଣି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଦେଖାଯାଇଛି। ଚଳିତ ବର୍ଷ କଡା ସୁରକ୍ଷା ମଧ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବାବେଳେ ଆଜି ପୁଣି ଫିଜିକାଲ୍ ସାଇନ୍ସ ପ୍ରଶ୍ନପତ୍ର ଭାଇରାଲ ହୋଇଛି। କେନ୍ଦୁଝର ଘଷିପୁରାରେ ଫିଜିକାଲ ସାଇନ୍ସ ପ୍ରଶ୍ନପତ୍ର ହ୍ୱାଟ୍ସଆପରେ ବୁଲୁଥିବା ଦେଖାଯାଇଛି।

eng
english

 

odia
odia

ଆଜି ସକାଳ ୯ ଟାରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ମାତୃଭାଷା, ଇଂରାଜୀ, ଗଣିତ ପରେ ଫିଜିକାଲ ସାଇନ୍ସ ପ୍ରଶ୍ନପତ୍ର ହ୍ୱାଟ୍ସଅପରେ ବୁଲୁଥିବା ଦେଖିବାକୁ ମିଳିଛି । ଏ ନେଇ ବୋର୍ଡ ପକ୍ଷରୁ କିଛି ଦର୍ଶାଯାଇ ନଥିବାବେଳେ ବାରମ୍ବାର ଏହି ଘଟଣା ଘଟୁଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।