ପୁଣି ସୁନା ସ୍ମଗଲିଂ : ୭ ଲକ୍ଷ ଟଙ୍କାର ସୁନା ଜବତ, ୨ ଅଟକ

0
933
gold
gold
ଭୁବନେଶ୍ୱର :ଆଜି   ଭୁବନେଶ୍ୱର ବିମାନବନ୍ଦରରୁ ୭ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି ।  ଗତ ୭ ଦିନ ମଧ୍ୟରେ ଏହା ଦେଉଛି ଚତୁର୍ଥ ଘଟଣା । ରାଜ୍ୟରେ ସୁନା ସ୍ମଗଲିଂ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ହେବ ଅନ୍ୟ ଦେଶରୁ ବ୍ୟବସାୟୀ ମାନେ ସୂନା ଆଣି ରାଜ୍ୟରେ ଚୋରାଚାଲାଣ କରୁଛନ୍ତି । ଦୁଇ ଦିନ ତଳେ ଭୁବନେଶ୍ୱର ବିମାନବନ୍ଦରରୁ ୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା ବେଳେ ଆଜି ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି ।

ଆଜି ବ୍ୟାଙ୍କକରୁ ଦୁଇ ଜଣ ବ୍ୟବସାୟୀ ପିନ୍ଧିଥିବା ସାର୍ଟ ଭିତରେ ସୁନା ଆଣିବା ବେଳେ ଧରା ପଡିଛନ୍ତି । ବିମାନବନ୍ଦର ସୁରକ୍ଷା କର୍ମୀ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ଜବତ ସୁନାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବାନେଇ ସୂଚନା ମିଳିଛି । ସୂଚନାଯୋଗ୍ୟକି ବିମାନବନ୍ଦରରେ ପୂର୍ବରୁ ମଧ୍ୟ ଏହି ପରି ୩ ଥର ସୂନା ଜବତ ହୋଇଛି । ଆଜିକୁ ମିଶାଇ ଗତ ୭ ଦିନ ମଧ୍ୟରେ ଏହା ଦେଉଛି ଚତୁର୍ଥ ଘଟଣା ।