ପୁରଣ ହେବ ୯୨ ସବ ଇନିସପେକ୍ଟର ପଦବୀ

0
975
naveen patnaik
naveen patnaik

ଭୁବନେଶ୍ୱର : ରାଜ୍ୟର ପୁଲିସ ବିଭାଗରେ ଖାଲି ଥିବା ୯୨ଟି ପୁଲିସ ସବ-ଇନସପେକ୍ଟର ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଷ୍ଟାଫ ସିଲେକସନ କମିଶନ ଦ୍ୱାରା ଏହି ପଦବୀଗୁଡିକ ପୂରଣ କରିବା ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ପୁଲିସ ସବଇନସପେକ୍ଟର ହେବା ପାଇଁ ଆଶା ରଖିଥିବା ପ୍ରାର୍ଥୀଙ୍କ ପାଇଁ ରାଜ୍ୟ ସରକାର ଏକ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି । ରାଜ୍ୟର ପୁଲିସ ବିଭାଗରେ ଖାଲି ଥିବା ୯୨ଟି ପୁଲିସ ସବ-ଇନସପେକ୍ଟର ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।  ସୁଚନାଯୋଗ୍ୟ, ପୁଲିସ ବିଭାଗର ଖାଲିଥିବା ମୋଟ ୧୮୪ଟି ପଦବୀ ମଧ୍ୟରୁ ୯୨ଟି ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହେବାକୁ ଥିବା ବେଳେ ବାକି ୯୨ଟି ପଦବୀ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ପୂରଣ କରାଯିବ । ଏ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ପୁଲିସ ମୋଟର ପରିବହନ ବିଭାଗରେ ୨୩୧ଟି ଡ୍ରାଇଭର ପଦବୀ ପୂରଣ ପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି।