ପୁରୀ ଓ ଇନ୍ଦୋର ମଧ୍ୟରେ ନୂଆ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍

0
1003
humsafar
humsafar

ଭୁବନେଶ୍ୱର : ପୁରୀ ଏବଂ ଇନ୍ଦୋର ମଧ୍ୟରେ ଚାଲିବ ନୂଆ ସାପ୍ତାହିକ ହମସଫର ଏକ୍ସପ୍ରେସ ଟ୍ରେନ୍ । ଆଜି ସନ୍ଧ୍ୟା ୬ଟା ୧୫ରେ ଏହି ଟ୍ରେନର ଶୁଭାରମ୍ଭ ଇନ୍ଦୋରୁ ହେବ । ସୋମବାର ସକାଳ ୮ଟା ୧୫ ମିନିଟରେ ପୁରୀରୁ ଇନ୍ଦୋର ଅଭିମୁଖେ ଯାତ୍ରା କରିବ ।
ପୁରୀ ଏବଂ ଇନ୍ଦୋର ମଧ୍ୟରେ ନୂଆ ସାପ୍ତାହିକ ହମସଫର ଏକ୍ସପ୍ରେସ ଟ୍ରେନ୍ ଚାଲିବ । ମେ ୨୨ରୁ ଇନ୍ଦୋରୁ ଏବଂ ୨୩ରୁ ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନର ନିୟମିତ ଚଳାଚଳ ଅୟମାରମ୍ଭ ହେବ । ଏହି ଟ୍ରେନ୍ ପ୍ରତି ମଙ୍ଗଳବାର ଅପରାହ୍ନ ୧୨.୪୦ରେ ଇନ୍ଦୋରରୁ ବାହାରି ପୁରୀଠାରେ ତା ପରଦିନ ସନ୍ଧ୍ୟା ୭ଟା ୫୫ରେ ପହଂଚିବ । ସେହିପରି ପୁରୀଠାରୁ ପ୍ରତି ବୁଧବାର ରାତି ୧୧ଟା ୫୫ରେ ଛାଡ଼ି ଇନ୍ଦୋରଠାରେ ଶୁକ୍ରବାର ପୂର୍ବାହ୍ନ ୧୧.୨୫ରେ ପହଂଚିବ । ଏହା ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ବିଳାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇତାରସି, ଭୋପାଳ ଓ ଦେୱାସ ଷ୍ଟେସନରେ ରହିବ ।