ପୂର୍ବରୁ ବିବାହିତ ଥିଲା ମଦୁଆ ବର

0
808

ରାଉରକେଲା: ଏବେ ପୁଣି ମଦୁଆ ବରର ଆଉ ଏକ କଳା କାରନାମାର ପର୍ଦ୍ଦାଫାସ ହୋଇଛି । ୨୦୧୭ ମସିହା ନଭେମ୍ବରରେ ସେ ରାଉରକେଲା ଅନ୍ୟ ଜଣେ ଯୁବତୀଙ୍କୁ ରେଜିଷ୍ଟ୍ରୀ ବିବାହ କରିଥିଲା। ସମ୍ପୃକ୍ତ ଯୁବତୀ ଶଙ୍କର ପଣ୍ଡାଙ୍କ ପ୍ରଥମ ପତ୍ନ ବୋଲି ବିବାହର ସମସ୍ତ ଫଟୋ ଓ କୋର୍ଟ ମ୍ୟାରେଜର ପ୍ରମାଣ ପତ୍ର ଧରି ଥାନାରେ ପହଞ୍ଚଛନ୍ତି । ଏବେ ପୁଣି ଗିରଫ ହୋଇଛି ଶଙ୍କର । ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଚମ୍ପାଗଡ ଗାଁରୁ ପୁଲିସ ଗତକାଲି ଥାନାରେ ବିବାହ ହୋଇଥିବା ଝିଅକୁ ଉଦ୍ଧାର କରିଛି । ଆଗରୁ ବିବାହ କରିଥିବା ଶଙ୍କର ପୁଣି କେମିତି ବିବାହ କରୁଥିଲା ତାହା ଏବେ ଚର୍ଚ୍ଚାର ବିଷୟ । ଦ୍ୱିତୀୟଥର ଥାନାରେ ବିବାହ କରିଥିବା ଝିଅର ସମ୍ପର୍କୀୟମାନେ ନ୍ୟାୟ ପାଇଁ ଟାଙ୍ଗର ପାଲି ଥାନା ଘେରାଉ କରିଛନ୍ତି । ପ୍ରଥମ ପତ୍ନୀ ଏବେ ୨ ମାସର ଗର୍ଭବତୀ ଥିବା ଅଭିଯୋଗ କରିଛନ୍ତି । ସେ ଓ ତାଙ୍କର ମାଆ ବି ନ୍ୟାୟ ଦାବିରେ ଥାନାରେ ବସିଛନ୍ତି ।
ଏଠାରେ ଉଲ୍ଲେଖ ଥାଉକି, ମଦ ପିଇ ବିବାହ ବେଦୀରେ ବାନ୍ତି କରିବା ସହ କନ୍ୟା ପକ୍ଷ ଲୋକଙ୍କୁ ମାରପିଟ କରିବା ଅଭିଯୋଗରେ ଥାନାକୁ ଯିବା ପରେ ବେଶ୍‌ ଚର୍ଚ୍ଚାରେ ଥିବା ମଦୁଆ ବର ଶଙ୍କର ପଣ୍ଡା ପୁଣି ଏକ ଅଡୁଆରେ ଛନ୍ଦି ହୋଇଯାଇଛି । ଥାନାରେ ଅଟକ ରହିବାପରେ ସେ କାକୁତି ମୀନତି ହୋଇ ମଙ୍ଗୁଳା କନ୍ୟାକୁ ବାହା ହୋଇଥିଲା । ଏଥିରେ କିଛି ସମାଜସେବୀ ମଧ୍ୟସ୍ଥତା କରିଥିଲେ । ସମାଜସେବୀମାନେ ଶଙ୍କରକୁ କୋର୍ଟରେ ପୁଣିଥରେ ବିବାହ ପାଇଁ ପରାମର୍ଶ ଦେଇଥିଲେ । ଥାନାରେ ଦୁଇ ପକ୍ଷଙ୍କ ଉପସ୍ଥିତରେ ବିବାହ ହୋଇଥିଲା ।