ପେନସନ ନିମନ୍ତେ ଆଧାର ବାଧ୍ୟତା ନୁହେଁ

0
972
aadhar
aadhar
ନୂଆଦିଲ୍ଲୀ : ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ । ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।
ଆଧାରକୁ ନେଇ ନୂଆ ନୂଆ ନିମୟମାନ ତିଆରି ହେଉଥିବା ବେଳେ କେତକ ନିୟମକୁ ରଦ୍ଧ ମଧ୍ୟ କରାଯାଇଛି । ସେଥିମଧ୍ୟରୁ ପେନସନ ନିମନ୍ତେ  କିଛି ନିୟମ ଆଧାର ସହିତ ଜଡିତ ଥିବା ବେଳେ ଜିତେନ୍ଦ୍ର ସିଂ ଏହାକୁ ନାସ୍ତିବାଣି ଶୁଣାଇଛନ୍ତି ।  କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ । ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପେନସନଧାରୀମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ଆଗରୁ ବ୍ୟାଙ୍କ ଖାତା,ମୋବାଇଲ ସିମରେ ଆଧାର ସଂଯୋଗ କରିବା ବାଧ୍ୟ ହୋଇଥିବା ବେଳେ ବର୍ତମାନ କୋର୍ଟ ଏହା ଉପରେ ରୋକ ଲଗାିଛନ୍ତି ।  ପୂର୍ବରୁ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ନମ୍ବର ସଂଯୋଗ ନଥିଲେ ପେନସନଧାରୀ ମାନେ ଅସୁବିଧାରେ ପଡୁଥିବା ଅଭିଯୋଗ ହୋଇଥିଲା।

ବର୍ତ୍ତମାନ ୪୮ ଲକ୍ଷ ୪୧ ହଜାର କର୍ମଚାରୀ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ୟ୍ୟ କରୁଥିବା ବେଳେ ୬୧ଲକ୍ଷ ୧୭ହଜାର ପେନସନଧାରୀ ଅଛନ୍ତି।