ପୋକ୍ସୋ ଅଧ୍ୟାଦେଶ ଉପରେ ରାଷ୍ଟ୍ରପତିଙ୍କ ମୋହର

0
931
ramnath kovind
ramnath kovind
ନୂଆଦିଲ୍ଲୀ : ପୋକ୍ସୋ ଆଇନ ସଂଶୋଧନ ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ମଂଜୁରୀ ଦେଇଛନ୍ତି । ଏହା ସହିତ ପଳାତକ ଆର୍ଥିକ ଅପରାଧୀ ଅଧ୍ୟାଦେଶ ଉପରେ ମଧ୍ୟ ରାଷ୍ଟ୍ରପତି ମୋହର ମାରିଛନ୍ତି ।
ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା (ପୋକ୍ସୋ) ଆଇନରେ ସଂଶୋଧନ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୋକ୍ସୋ ଆଇନ ସଂଶୋଧନ ଅଧ୍ୟାଦେଶକୁ ମଂଜୁରୀ ଦେଇଛନ୍ତି । ଏତଦବ୍ୟତିତ ପଳାତକ ଆର୍ଥିକ ଅପରାଧୀ ଅଧ୍ୟାଦେଶ ଉପରେ ମଧ୍ୟ ରାଷ୍ଟ୍ରପତି ମୋହର ମାରିଛନ୍ତି ।  ପୋକ୍ସୋ ଆଇନରେ ସଂଶୋଧନ ପାଇଁ ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପ୍ରସ୍ତାବ ଆଗତ ହୋଇଥିଲା । ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଥିଲା । ଯାହା ଉପରେ ଆଜି ରାଷ୍ଟ୍ରପତି ମୋହର ମାରିଛନ୍ତି । ଏହି ଅଧ୍ୟାଦେଶ କାର୍ୟ୍ୟକାରୀ ହେଲେ ୧୨ ବର୍ଷ ବୟସରୁ କମ୍ ଶିଶୁଙ୍କୁ ଦୁଷ୍କର୍ମ କଲେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ । ଏହା ସହିତ ୧୨ରୁ ୧୬ ବର୍ଷ ବୟସ ମଧ୍ୟରେ ନାବାଳିକାଙ୍କୁ ବଳାତ୍କାର କଲେ ଅଭିଯୁକ୍ତ ୧୦ରୁ ୨୦ ବର୍ଷ ପର୍ୟ୍ୟନ୍ତ ସମୟ ବୃଦ୍ଧି କରାଯାଇ ଦଣ୍ଡିତ କରାଯିବା ଆଜୀବନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରାଯିବ ।
pocso ଏହା ସହିତ ପଳାତକ ଆର୍ଥିକ ଅପରାଧୀ ଅଧ୍ୟାଦେଶ ଉପରେ ମଧ୍ୟ ରାଷ୍ଟ୍ରପତି ମୋହର ମାରିଛନ୍ତି । ପଳାତକ ଆର୍ଥିକ ଅପରାଧ ମାମଲାରେ ୧୦୦ କୋଟିରୁ ଅଧିକ ଅର୍ଥ ସାମିଲ ରହିଛି । ଏହି ଆଇନ ଅନୁଯାୟୀ ଅପରାଧୀଙ୍କୁ ୬ ମାସ ମଧ୍ୟରେ ପଳାତକ ଘୋଷଣା କରାଯିବ । ଦୋଷୀ ପ୍ରମାଣିତ ହେବା ପୂର୍ବରୁ ପଳାତକଙ୍କ ସମ୍ପତ୍ତିକୁ ଜବତ କରାଯାଇ ନିଲାମ କରାଯିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ପଳାତକ ଆର୍ଥିକ ଅପରାଧ ପ୍ରସ୍ତାବକୁ ବଜେଟ୍‌ ଅଧିବେଶନରେ ଆଗତ କରାଯାଇଥିଲା । ମାତ୍ର ହଟ୍ଟଗୋଳ ଓ ଗୃହ ମୁଲତବୀ କାରଣରୁ ପାରିତ ହୋଇ ପାରି ନ ଥିଲା । ସେଥିପାଇଁ ତାହାର ଅଧ୍ୟାଦେଶ ଆଣିଛନ୍ତି । ଅଧ୍ୟାଦେଶକୁ ରାଷ୍ଟ୍ରପତି ମଂଜୁରୀ ମିଳିବାର ୬ ମାସ ମଧ୍ୟରେ ସଂସଦର ଉଭୟ ଗୃହରେ ପାରିତ ହେବା ଜରୁରୀ ଅଟେ ।