ପୋଲାଭରମ : ମେ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି

0
917
sc
sc

ଭୁବନେଶ୍ଵର :   ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ମେ ପ୍ରଥମ ସପ୍ତାହରେ ହେବ । ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର  ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ମାମଲାର ଶୁଣାଣ କରିବେ ।

ଗୋଟିଏ ପଟେ ମହାନଦୀକୁ ନେଇ ଛତିଶଗଡ଼ ସହିତ ଓଡ଼ିଶାର ଛକାପଞ୍ଝା ଚାଲିଥିବା ବେଳେଅନ୍ୟ ପଟେ ପୋଲାଭରମକୁ ନେଇ କେନ୍ଦ୍ର ସହିତ ଓଡ଼ିଶାର ବିବାଦ ଲାଗି ରହିଛି।  ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ସଂସଦରେ ମଧ୍ୟ ଉଠିଛି ପୋଲଭରମ ପ୍ରକଳ୍ପ। ଏହି କ୍ରମରେ ମେ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର  ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ମାମଲାର ଶୁଣାଣ କରିବେ । ଏହା ପୂର୍ବରୁ ୨୦୧୮ ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ ଏହା ଉପରେ ଶୁଣାଣି ହୋଇଥିଲା।  ଉଲ୍ଲେଖଯୋଗ୍ୟ ଡିସେମ୍ବର ୧୨ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠକୁ ଓଡ଼ିଶା ଖଣ୍ଡନ କରି ନିଜର ପକ୍ଷ ରଖିଥିଲା। ଏହା ସହିତ ପ୍ରକଳ୍ପ ନିର୍ମାଣ ହେଲେ ରାଜ୍ୟର କେଉଁ ଅଂଚଳ କ୍ଷତିଗ୍ରସ୍ତ ହେବ ବୋଲି ଓଡ଼ିଶା ଯୁକ୍ତି ରଖିଥିଲା।

ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ରାଜ୍ୟ ସରକାରଙ୍କ ତରଫରୁ ଏକାଧିକ ମାମଲା ବିଚାରାଧୀନ ରହିଥିବାବେଳେ ଗତ ଡିସେମ୍ବରର ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଓଡ଼ିଶା ସରକାରଙ୍କର ସମସ୍ତ ଆବେଦନକୁ ଖାରଜ କରିବାକୁ କେନ୍ଦ୍ର ଦାବି କରିଥିଲା । ଏହାପରେ ଓଡିଶା ପକ୍ଷରୁ ପୋଲାଭରମ ପ୍ରକଳ୍ପକୁ ନେଇ ସମସ୍ତ ନଥିପତ୍ର ଦାଖଲ କରାଯାଇଥିଲା । ଗତ ବର୍ଷ ଡିସେମ୍ବର ୭ ତାରିଖରେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଆବେଦନର ଜବାବ ରଖିବାକୁ କେନ୍ଦ୍ରକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ସରକାର ନୋଟିସର ଉତ୍ତର ନ ଦେବାକୁ ୨୫ ହଜାର ଟଙ୍କା ଜରିମାନା ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ୨୦୧୬ରେ ଅକ୍ଟୋବର ପହିଲାରେ ରାଜ୍ୟ ସରକାର ଆନ୍ଧ୍ର ପ୍ରଦେଶ ପୁର୍ନଗଠନ ଆଇନ ୯୦କୁ ବିରୋଧ କରି ମାମଲା ଦାୟର କରିଥିଲେ ।  ଧାରା ୯୦ ଅନୁସାରେ ପ୍ରକଳ୍ପକୁ ଜାତୀୟ ମାନ୍ୟତା ଦିଆଯାଇଥିଲା । ଓଡ଼ିଶା ପକ୍ଷରୁ କୋର୍ଟରେ ଅତିରିକ୍ତ ନଥିପତ୍ର ଦାଖଲ ହୋଇଥିଲା ।

ଉଲ୍ଲେଖ ଯୋଗ୍ୟ, ୨୦୦୫ ରେ ରାଜ୍ୟ ସରକାର ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ । ପରେ ଜାତୀୟ ମାନ୍ୟତାକୁ ବିରୋଧ ପରିବେଶ ମଂଜୁରି ଏବଂ ଆନ୍ଧ୍ର ପୁନଗଠନ ଆଇନ-୯୦କୁ ବିରୋଧ କରି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ବର୍ତ୍ତମାନ ସୁଧା ପ୍ରକଳ୍ପର କାର୍ୟ୍ୟ ଉପରେ ରହିତା ଦେଶ ଜାରି କରାଯାଇ ନାହିଁ ।  ସେପଟେ ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପକୁ ୨୦୧୯ ସୁଧା ଶେଷ କରିବାକୁ ଲକ୍ଷ୍ୟ ରଖିଛି ।