ପୋଲିସ ଏନକାଉଣ୍ଟର: ୧୩ ନକ୍ସଲ ନିହତ

0
849
naxal
naxal

 

ଗଢଚିରୌଲୀ :  ନକ୍ସଲଙ୍କ ବିରୋଧରେ  ପୋଲିସ କରିଛି ସବୁଠୁ ବଡ଼ କାର୍ୟ୍ୟାନୁଷ୍ଠାନ।  ରବିବାର  ନକ୍ସଲ ବିରୋଧୀ ଅପରେସନରେ ମହାରାଷ୍ଟ୍ର ପୋଲିସ  ୧୩ ନକ୍ସଲଙ୍କୁ ନିହତ କରିଛି।

ମହାରାଷ୍ଟ୍ରର ଗଢଚିରୌଲୀ କ୍ଷେତ୍ରରେ ପୋଲିସ ନକ୍ସଲ ବିରୋଧୀ ଅପରେସନରେ ରବିବାର ୧୩ ନକ୍ସଲଙ୍କୁ ନିହତ କରିଛି।  ଗତ ୪ ବର୍ଷ ମଧ୍ୟରେ  ନକ୍ସଲଙ୍କ ବିରୋଧରେ ଏହା ସବୁଠୁ ବଡ଼ କାର୍ୟ୍ୟାନୁଷ୍ଠାନ କୁହାଯାଉଛି। ଏହା ପୂର୍ବରୁ ଏପ୍ରିଲ ୩ରେ ମଧ୍ୟ ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା।  ଏଥିରେ ଦୁଇ ଜଣ ମହିଲା ସାମିଲ ଥିଲେ।  ଗଢଚିରୌଲୀରେ ପୋଲିସ ଓ ନକ୍ସଲ ମଧ୍ୟରେ ଇତାପଲ୍ଲୀର ବୋରିଆ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା।  ଏଥିରେ ପୋଲିସ ଗୁଳିରେ ୧୩ ନକ୍ସଲ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ନକ୍ସଲ ନେତା ସାଇନାଥ ଓ ସିନୁ ସାମିଲ ଥିବା କୁହାଯାଉଛି।  ନିକଟ ଦିନରେ ନକ୍ସଲଙ୍କ ବିରୋଧରେ ଏହାକୁ ପୋଲିସର ସବୁଠୁ ବଡ଼ କାର୍ୟ୍ୟାନୁଷ୍ଠାନ କୁହାଯାଉଛି।  ଗତ ଦିନରେ ମହାରାଷ୍ଟ୍ର ପୋଲିସ ରାଜ୍ୟର ନକ୍ସଲ ପ୍ରଭାବିତ ଇଲାକାରେ ସକ୍ରିୟ ନକ୍ସଲଙ୍କ ବିରୋଧରେ ଅଭିଯାନ ଚଳାଇଥିଲା। ଏହି ଇଲାକାରୁ ସର୍ବଦା ଗାଁ ଲୋକ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷର ଖବର ଆସୁଥିଲା।  ଏଥିପାଇଁ ଉକ୍ତ ଇଲାକାକୁ ନକ୍ସଲ ମୂଳପୋଛ ପାଇଁ ଗତ ଦୁଇ ଦିନ ହେବ ପୋଲିସ ପକ୍ଷରୁ ଅଭିଯାନ ଜୋରଦାର କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଦେଶରେ ନକ୍ସଲି ଗତିବିଧି ଏବଂ ନକ୍ସଲି ଇଲାକା ହ୍ରାସ ପାଇଛି।  ନକ୍ସଲ ପ୍ରଭାବିତ  ଦେଶର ୧୨୬ଟି ଜିଲ୍ଲା ମଧ୍ୟରୁ ସରକାର ୪୪ ଜିଲ୍ଲାକୁ ନକ୍ସଲ ମୁକ୍ତ କ୍ଷେତ୍ର ଘୋଷଣା କରି ସାରିଛନ୍ତି।  କିନ୍ତୁ ଏହା ମଧ୍ୟରେ ୮ଟି ନୂତନ ଜିଲ୍ଲାକୁ ନକ୍ସଲ ପ୍ରଭାବିତ ଇଲାକାରେ ସାମିଲ କରାଯାଇଛି।  ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲାର ସଂଖ୍ୟା ୩୫ରୁ ହ୍ରାସ ପାଇ ୩୦ରେ ପହଞ୍ଚିଛି।