ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ପୋଲ ତଳକୁ ଏକ କାର୍ ଖସି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ କେସିଙ୍ଗାର ସଂଜୟ ଅଗ୍ରୱାଲ ଓ ଦିନେଶ ଜୈନ ।
ସୁନ୍ଦରଗଡ଼ କାଂଶବାହାଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କାର୍ ପୋଲ ତଳକୁ ଖସି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ କେସିଙ୍ଗାର ସଂଜୟ ଅଗ୍ରୱାଲ ଓ ଦିନେଶ ଜୈନ । ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ଦିନେଶ ଓ ସଂଜୟ ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ରୁ କେସିଙ୍ଗା ଫେରୁଥିଲେ । ଏହି ସମୟରେ ୨୬ ନମ୍ବର ଜାତୀୟ ରାଜପଥ ନିକଟ କାଂଶବାହାଲ ବ୍ରିଜ୍ରେ କାର୍ଟି ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଦିନେଶ ଫୋନ୍ କରି ନିଜ ସଂପର୍କୀୟଙ୍କୁ ଫୋନ୍ କରି ସୂଚନା ଦେଇଥିଲେ । ମାତ୍ର ଦୁର୍ଘଟଣାସ୍ଥଳର ଠିକଣା କହି ପାରି ନ ଥିଲେ । ତେବେ ଆଜି ସକାଳୁ ଦୁର୍ଘଟଣା ସ୍ଥଳରୁ କାର ଭିତରୁ ଦୁଇ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।