ପୋଡ଼ି ଦେବା ଘଟଣା: ଆଖି ବୁଜିଲା ଶିଶୁକନ୍ୟା

0
882
child burns died
child burns died
ଭୁବନେଶ୍ୱର : ଶିଶୁକନ୍ୟାକୁ ମା’ ପୋଡ଼ି ଦେବା ଘଟଣାରେ ଶିଶୁକନ୍ୟାଟି ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛି । ଅନ୍ୟପକ୍ଷରେ ମା’କୁ ପୋଲିସ ଅଟକ ରଖିଛି । ଶିଶୁର ମା’ ମାନସିକ ବିକାର ଗ୍ରସ୍ତ ବୋଲି ସୂଚନା ଦେଇଛି ।
ଭୁବନେଶ୍ୱର ସ୍ଥିତ ସାଲିଆ ସାହି ବସ୍ତିରେ ମାନସିକ ବିକାରଗ୍ରସ୍ତ ମା’ର ନିର୍ଯ୍ୟାତନାର ଶୀକାର ହୋଇଥିବା ଶିଶୁ କନ୍ୟା ପ୍ରାଣ ହରାଇଛି । କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟାଟି ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛି । ଗତକାଲି ସାଲିଆସାହିରେ ଜଣେ ମା’ ବିଛଣାରେ ନିଆଁ ଲଗାଇ ନିଜ ଝିଅକୁ ଶୁଆଇ ଦେଇଥିଲା । ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିବାବେଳେ ପରେ ତାକୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । କନ୍ୟାଟିର ଶରୀରର ପ୍ରାୟ ୯୦ ଭାଗ ନିଆଁରେ ପୋଡି ହୋଇ ଯାଇଥିଲା । ଅନ୍ୟପକ୍ଷରେ ମା’କୁ ପୋଲିସ ଅଟକ ରଖିଛି । ଶିଶୁର ମା’ ମାନସିକ ବିକାର ଗ୍ରସ୍ତ ବୋଲି ସୂଚନା ଦେଇଛି ।