ନୂଆଦିଲ୍ଲୀ : ପୋଲାଭରମ ମାମଲାରେ ତିନି ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ମେ ୨ ତାରିଖରେ ହେବ ବୋଲି ସୂଚନା ମିଳିଛି ।
ଇନ୍ଦିରାସାଗର ବହୁମୁଖୀ ପ୍ରକଳ୍ପ ମାମଲାର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି କେନ୍ଦ୍ର ଜଳ ସମ୍ପଦ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ସଚିବଙ୍କୁ ନିର୍ଦ୍ଦେଶ ହୋଇଛ । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ମେ ୨ ତାରିଖରେ ହେବ ବୋଲି ସୂଚନା ମିଳିଛି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ବିବାଦୀୟ ପୋଲାଭରମ ମାମଲାର ଶୁଣାଣୀ କରିଛନ୍ତି । ଖଣ୍ଡପୀଠ ମାମଲାର ଶୁଣାଣି କରି ୧୯୮୦ ଗୋଦାବରି ଚୁକ୍ତିନାମା ସର୍ତ୍ତ ପାଳନ କରିଛନ୍ତି କି ନାହିଁ ସେ ନେଇ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ଜଳ ସମ୍ପଦ ସଚିବଙ୍କୁ ଆଦେଶ ଦେଇଛନ୍ତି । ତିନି ଦିନ ମଧ୍ୟରେ ଏହି ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି କୋର୍ଟ ।
ଅନ୍ୟପକ୍ଷରେ ଓଡିଶା ପୋଲାଭରମ୍ ପ୍ରକଳ୍ପକୁ ପୁରୁଣା ଏନଭାରୋନମେଂଟ କ୍ଲିଅରାନ୍ସକୁ ଖାରଜ କରି ନୂଆ କ୍ଲିଆରାନ୍ସ ପାଇଁ କୋର୍ଟକୁ ଆବେଦନ କରିଛନ୍ତି । ତେବେ ଗୋଦାବରି ଚୁକ୍ତିନାମା ସର୍ତ୍ତ ପାଳନ କରିଛନ୍ତି କି ନାହିଁ ସେ ନେଇ ୬ଟି ରାଜ୍ୟ ବିଭିନ୍ନ ସମୟରେ ସତ୍ୟପାଠ ଦାଖଲ କରିଛନ୍ତି । ଓଡିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟ ନିଜ ନିଜର ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଏ ନେଇ ଫେବୃୟାରୀ ୧୫ରେ ହୋଇଥିବା ପୂର୍ବ ଶୁଣାଣୀ ଉପରୋକ୍ତ ୬ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।