ପୋଲିସଙ୍କ ବ୍ୟବହାର ପାଇଁ ଭ୍ରାମ୍ୟମାଣ ଶୌଚାଳୟ

0
796
mobile-toilet-van
mobile-toilet-van
କଟକ  : ପୋଲିସ ଫୋର୍ସଙ୍କ ଡ଼୍ୟୁଟି ସମୟରେ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ପୋଲିସ ବିଭାଗ ଆରମ୍ଭ କରିବାକୁ ଯାଉଛି ଭ୍ରାମ୍ୟମାଣ ଶୌଚାଳୟ ।  ମହିଳା ଓ ପୁରୁଷ ପୋଲିସ କର୍ମଚାରୀଙ୍କ ପାଇଁ ଏଥିରେ ପୃଥକ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଟ୍ରାଫିକ ପୋଷ୍ଟ ନିକଟରେ ଏଭଳି ବ୍ୟବସ୍ଥା କରାଯିବ ।
  ମେଳା, ମହୋତ୍ସବ ଆଇନଶୃଙ୍ଖଳା ପରିସ୍ଥିତି ସମୟରେ ନିୟୋଜିତ ହେଉଥିବା ପୋଲିସ ଫୋର୍ସଙ୍କ ଡ଼୍ୟୁଟି ସମୟରେ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ପୋଲିସ ବିଭାଗ ଆରମ୍ଭ କରିବାକୁ ଯାଉଛି ଭ୍ରାମ୍ୟମାଣ ଶୌଚାଳୟ । ମହିଳା ଓ ପୁରୁଷ ପୋଲିସ କର୍ମଚାରୀଙ୍କ ପାଇଁ ଏଥିରେ ପୃଥକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ୪୩ ଲକ୍ଷ ୨୦ ହଜାର ଟଙ୍କାର ଅର୍ଥ ବରାଦ ହୋଇଛି । ଆଗାମୀ ଦିନରେ ଟ୍ରାଫିକ ପୋଷ୍ଟ ନିକଟରେ ଏଭଳି ବ୍ୟବସ୍ଥା କରାଯିବ ।  ଏହି ଭ୍ରାମ୍ୟମାଣ ଶୌଚାଳୟ ସେବାରେ ଗୋଟିଏ ସେଟ୍ ରେ ୬ଟି ଶୌଚାଳୟ ଉଭୟ ପୁରୁଷ ଏବଂ ମହିଳା କର୍ମଚାରୀଙ୍କ ପାଇଁ ରହିଛି । ୪୩ ଲକ୍ଷ ୨୦ ହଜାର ଟଙ୍କାର ଅର୍ଥ ବ୍ୟୟରେ ୧୬ଟି ଭ୍ରାମ୍ୟମାଣ ଶୌଚାଳୟ କିଣାଯାଇଛି । ପୁରୀ ରଥଯାତ୍ରା, ଭଦ୍ରକ କାଳୀ ପୂଜା, କଟକ ବାଲିଯାତ୍ରା ଏବଂ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ସମୟରେ ନିୟୋଜିତ ପୁଲିସଙ୍କ ବ୍ୟବହାର ପାଇଁ ଏଗୁଡ଼ିକ ବ୍ୟବହାର କରାଯିବ । ଏହି ଭ୍ରାମ୍ୟମାଣ ଶୌଚାଳୟକୁ ଆସନ୍ତା ୧ତାରିଖରେ ପୁଲିସ ମୁଖ୍ୟାଳୟରେ ଉଦଘାଟନ କରାଯିବ । ଏହି ଶୌଚାଳୟରେ ୫ହଜାର ଲିଟର ପାଣି ଟାଙ୍କିର ବ୍ୟବସ୍ଥା ସହ ଆବର୍ଜନା ରଖିବା ପାଇଁ ଷ୍ଟୋରେଜ ଟ୍ୟାଙ୍କର ବ୍ୟବସ୍ଥା ରହିଛି । ପ୍ରତି ଭ୍ରାମ୍ୟମାଣ ଶୌଚାଳୟ ଜଣେ ଲେଖାଏ ସୁଇପରକୁ ନିଯୁକ୍ତ କରାଯିବ ।