ପୋଲିସ ଏନକାଉଣ୍ଟରକୁ ବିରୋଧ : ୪ ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡ଼ାକରା

0
831
maoist
maoist
ଭୁବନେଶ୍ୱର : ପୋଲିସ ଏନକାଉଣ୍ଟରକୁ ବିରୋଧ କରି କେକେ ବିଏନ୍ ମାଓ ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ  ଡ଼ାକରା ଦିଆଯାଇଛି । କନ୍ଧମାଳ ଜିଲ୍ଲାର ଗଟାଙ୍ଗି ଓ ବାଲିଗୁଡ଼ା ଠାରେ ବନ୍ଦ ପାଳନକୁ ନେଇ ମାଓ ସଂଗଠନ ପୋଷ୍ଟର ଲଗାଇଥିଲା ।

କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ମାଓବାଦୀମାନେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ପୋଲିସ ଏନକାଉଣ୍ଟରକୁ ବିରୋଧ କରି କେକେ ବିଏନ୍ ମାଓ ସଂଗଠନ ପକ୍ଷରୁ ଏହି ଡ଼ାକରା ଦିଆଯାଇଛି । ପୋଲିସ ଏନକାଉଣ୍ଟରରେ ୫ଜଣ ମାଓବାଦୀଙ୍କ ହତ୍ୟା କରାଯାଇଥିବା ନେଇ ଏହି ମାଓବାଦୀ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଗତକାଲି କନ୍ଧମାଳ ଜିଲ୍ଲାର ଗଟାଙ୍ଗି ଓ ବାଲିଗୁଡ଼ା ଠାରେ ବନ୍ଦ ପାଳନକୁ ନେଇ ମାଓ ସଂଗଠନ ପୋଷ୍ଟର ଲଗାଇଥିଲା । କୁମ୍ଭିଂ ଅପରେସନ ନାଁରେ ପୋଲିସ ନିରୀହ ଜନସାଧାରଣଙ୍କୁ ଗୁଳି କରୁଛି । ଗତ ସପ୍ତାହରେ କନ୍ଧମାଳ ଜିଲ୍ଲାର ସୁ୍ଡ଼୍ରୁକୁମ୍ପା ଜଙ୍ଗଲରେ ଏସଓଜିମାନେ ଏଭଳି ହତ୍ୟାର ତାଣ୍ଡବ ଲୀଳା ରଚାଇଛନ୍ତି ବୋଲି କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ସିପିଆଇ (ମାଓବାଦୀ) ଅଭିଯୋଗ କରି ବନ୍ଦ ପାଳନର ଡାକରା ଦେଇଛି । ପୋଖରୀବନ୍ଧ ଓ ବାଲିଗୁଡ଼ା ରାସ୍ତା ମଝିରେ ଗଛ କାଟି ରାସ୍ତା ଅବରୋଧ କରାଯାଇଛି । ଆଜି ସକାଳୁ ଏହି ୪ଟି ଜିଲ୍ଲାରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିନଥିବା ନେଇ ସୂଚନା ମିଳିଛି ।