ପୋଲିସ ଏନକାଉଣ୍ଟରରେ ୬ ମାଓବାଦୀ ମୃତ

0
831
maoist killed in encounter
maoist killed in encounter

ବାଲିଗୁଡ଼ା : କନ୍ଧମାଳ ସମେତ ବଲାଙ୍ଗୀରରେ ପୋଲିସ ଏନକାଉଣ୍ଟରରେ ୬ ମାଓବାଦୀଙ୍କ ଜୀବନ ଯାଇଥିବା ଜଣାଯାଇଛି । ଦୁଇ ମହିଳା କ୍ୟାଡ଼ରଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବଲାଙ୍ଗିର ଡୁଡୁକାମାଲରେ ୨ ମାଓନେତା ଟଳି ପଡ଼ିଛନ୍ତି । ମୃତକଙ୍କ ମଧ୍ୟରେ ଡିଭିଜିନାଲ କମିଟି ସଦସ୍ୟ ବାଦଲ ଥିବା ସୂଚନା ମିଳିଛି ।
ଗୋଟିଏ ଦିନରେ ମାଓବାଦୀଙ୍କ ବିରୋଧରେ ପୁଲିସ ଦୁଇଟି ବଡ଼ ଧରଣର ଅପରେସନ କରି ସଫଳତା ପାଇଛି । କନ୍ଧମାଳ ସମେତ ବଲାଙ୍ଗୀରରେ ପୋଲିସ ଏନକାଉଣ୍ଟରରେ ୬ ମାଓବାଦୀଙ୍କ ଜୀବନ ଯାଇଥିବା ଜଣାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସୁଡ଼୍ରୁକୁମ୍ପା ନିକଟ ଜଙ୍ଗଲ ଗୋଲୀଙ୍କି ଗାଁରେ ଦୁଇ ମହିଳା କ୍ୟାଡ଼ରଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବଲାଙ୍ଗିର ଡୁଡୁକାମାଲରେ ୨ ମାଓନେତା ଟଳି ପଡ଼ିଛନ୍ତି । ମୃତକଙ୍କ ମଧ୍ୟରେ ଡିଭିଜିନାଲ କମିଟି ସଦସ୍ୟ ବାଦଲ ଥିବା ସୂଚନା ମିଳିଛି । ବଲାଙ୍ଗିର ଓ କନ୍ଧମାଳର ମାଓ ଶିବିରରୁ ଏବେ ୪୭, ଏସଆଲଏର ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ବଲାଙ୍ଗୀର ବେଲପଡ଼ାରେ ଏନକାଉଣ୍ଟରେ ମୃତ ଦୁର୍ଦ୍ଦାନ୍ତ ମାଓନେତା ରାଜେଶ ଓ ସଞ୍ଜିବ ବୋଲି ପୋଲିସ ସୂଚନା ଦେଇଛି । ସଞ୍ଜିବ ପାଇଁ ୫ଲକ୍ଷ ଟଙ୍କା ଓ ରାଜେଶ ପାଇଁ ୪ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।