ପୋଲ ତଳକୁ ଖସିଲା ବସ: ୨ ମୃତ

0
799
bus accident
bus accident
ଭବାନୀପାଟଣା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ।  ଦୁର୍ଘଟଣାରେ ଜଣେ ୨ ବର୍ଷର ଶିଶୁ ଓ ବସ କଣ୍ଡକ୍ଟରଙ୍କର ମୃତ୍ୟୁ ହୋଇଥିବାବେଳେ ବସରେ ଥିବା ୩୪ରୁ ଉର୍ୱ୍ଧ୍  ଯାତ୍ରୀ ଆହତ ହୋଇଛନ୍ତି ।

ଆଜି ଭବାନୀପାଟଣାର ଲାଲପୋଲିଆ ପୋଲ ନିକଟରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ୨ ବର୍ଷର ଶିଶୁ ଓ ବସ କଣ୍ଡକ୍ଟରଙ୍କର ମୃତ୍ୟୁ ହୋଇଥିବାବେଳେ ବସରେ ଥିବା ୩୪ରୁ ଉର୍ୱ୍ଧ୍  ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ମାଣିକେଶ୍ୱରୀ ନାମରେ ଏକ ବସ ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବାବେଳେ ଭାରସାମ୍ୟ ହରାଇ ଲାଲପୋଲିଆ ପୋଲ ନିକଟରେ ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲା । ଟ୍ରକକୁ ସାଇଡ ଦେବାକୁ ଯାଇ ବସଟି ଭାରସାମ୍ୟ ହରାଇଥିବା ସୂଚନା ମିଳିଛି ।