ପ୍ରତ୍ୟେକ ବ୍ଲକରେ ହେବ ଆଇଟିଆଇ: ଧର୍ମେନ୍ଦ୍ର

0
910
dharmendra-pradhan
dharmendra-pradhan

ନୂଆଦିଲ୍ଲୀ : ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ଲେଖାଏଁ ଆଇଟିଆଇ ରହିବ। ଆମର ଦକ୍ଷତା ପ୍ରଶିକ୍ଷଣକୁ ଅଧିକ ଉନ୍ନତ କରାଯିବ, ଯାହା ବଜାର ଦୃଷ୍ଟିରୁ ପ୍ରାସଙ୍ଗିକ ରହୁଥିବ।ଏକଥା କହିଛନ୍ତି  ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଚଳିତ ବର୍ଷର ଶେଷ ପର୍ୟ୍ୟନ୍ତ ଦେଶର ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ଲେଖାଏଁ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁୟଟ(ଆଇଟିଆଇ) ରହିବ।  ଏକଥା କହିଛନ୍ତି  ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଦକ୍ଷତା ବିକାଶ ଓ ଉଦ୍ୟୋକ୍ତା ଉପରେ ଆୟୋଜିତ ନ୍ୟାସନାଲ କନଫରେନ୍ସରେ ରାଜ୍ୟର ମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ଧର୍ମେନ୍ଦ୍ର କହିଛନ୍ତି  ୨୦୧୮ର ଶେଷ ପର୍ୟ୍ୟନ୍ତ ଦେଶର ପ୍ରତ୍ୟେକ ବ୍ଲକରେ  ଗୋଟିଏ ଲେଖାଏଁ ଆଇଟିଆଇ ଖୋଲାଯିବ। ଆମର ଦକ୍ଷତା ପ୍ରଶିକ୍ଷଣକୁ ଅଧିକ ଉନ୍ନତ କରାଯିବ, ଯାହା ବଜାର ଦୃଷ୍ଟିରୁ ପ୍ରାସଙ୍ଗିକ ରହୁଥିବ।  ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସ୍ତରରେ ଦକ୍ଷତା ବିକାଶ ପାଇଁ ଇନଷ୍ଟିଚ୍ୟୁସନ ମେକାନିଜିମକୁ ସୁଦୃଢ କରିବା ଉପରେ ଜୋର ଦେଇଛନ୍ତି।  ଏହି ସମୟରେ ଦେଶର ୯୦ ପ୍ରତିଶତ ରାଜ୍ୟ ଦକ୍ଷତା ବିକାଶ ଏଜେଣ୍ଡା ଉପରେ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯୁବ ବର୍ଗଙ୍କ ପାଇଁ ଆଇଟିଆଇ ପାଠ୍ୟକ୍ରମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଭର୍ଚୁଆଲ ରିଏଲିଟି, ରୋବୋଟିକ ପ୍ରୋସେସ ଅଟୋମେସନ, ଇଣ୍ଟରନେଟ୍, ରୋବୋଟିକ୍ସ, ବିଗ ଡାଟା ଆନାଲିଟିକ୍ସ ଏବଂ ୩ଡି ପ୍ରିଟିଂକୁ ସାମିଲ କରାଯାଇଥିଲା। ବୈଠକରେ ଆଇଟିଆଇ ଟ୍ରେନିଂ ଓ ଟ୍ରେନର୍ସର ଦକ୍ଷତା ବିକାଶ ଓ ଶିକ୍ଷାକୁ ସକ୍ଷମ କରିବା ପାଇଁ ଡିଜିଟି(ନିର୍ଦ୍ଦେଶାଳୟ ଜେନେରାଲ ଟ୍ରେନିଂ) ଏବଂ ଆଇଟି ସେବା ଉଦ୍ୟୋଗର ନାସକମ ମଧ୍ୟରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଛି।