ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ୨ ମାସ ଜାମିନ

0
989
pravat biswal
pravat biswal
ଭୁବନେଶ୍ୱର : ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଙ୍ଗଳବାର  ଓଡିଶା ହାଇକୋର୍ଟ  ୨ ମାସ ଲାଗି ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ।
ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା କଟକ-ଚୌଦ୍ୱାରର ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଙ୍ଗଳବାର ଜାମିନ ମିଳିଛି । ଓଡିଶା ହାଇକୋର୍ଟ ଶ୍ରୀ ବିଶ୍ୱାଳଙ୍କୁ ୨ ମାସ ଲାଗି ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ପ୍ରଭାତଙ୍କୁ ତାଙ୍କ ବାସଭବନରୁ ସିବିଆଇ ଗିରଫ କରିଥିଲା । ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲ୍ ପଠାଇ ଦିଆଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଖରାପ୍ ହେବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତମାନ ସେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି ।