ପ୍ରସନ୍ନ, ହେଲେ ରାଜ୍ୟସଭା ନେତା

0
838
Prasanna-Acharya1
Prasanna-Acharya1
ନୂଆଦିଲ୍ଲୀ : ବିଜେଡିର ସଂସଦୀୟ ଦଳର ନେତା ହେଲେ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ।  ପ୍ରସନ୍ନଙ୍କ ନାମରେ ମୋହର ମାରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ହେଲେ ବିଜେଡିର ସଂସଦୀୟ ଦଳର ନେତା । ବିଜେପୁର ଉପ ନିର୍ବାଚନରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଥିବାରୁ ତାଙ୍କୁ ଏହି ପଦ ମିଳିଥିବା ଚର୍ଚ୍ଚା ହେଉଛି । ବର୍ତମାନ ପ୍ରସନ୍ନ ଦଳ ତରଫରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ।

ସୂଚନାଯୋଗ୍ୟ କି, ରାଜ୍ୟସଭାରୁ ଦିଲ୍ଲୀପ ତିର୍କୀ ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲି ପଡିଥିଲା । ବର୍ତମାନ ଏହାକୁ ପୂରଣ କରାଯାଇଛି । ପ୍ରସନ୍ନଙ୍କ ନାମରେ ମୋହର ମାରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଏ କି, ବିଜେପୁର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ନବୀନଙ୍କ ଆସ୍ଥାଭାଜନ ହୋଇଥିଲେ ପ୍ରସନ୍ନ । ବର୍ତମାନ ଶ୍ରୀ ଆଚାର୍ୟ୍ୟ ଦଳର ଉପସଭାପତି ପଦରେ ଅଛନ୍ତି ।