ପ୍ରାଇସ , ପ୍ରେଷ୍ଟିଜ ,ପେନସନ ଦାବି ନେଇ ଚାଷୀଙ୍କ ଚେତାବନୀ

0
915
farmers-hit-street
farmers-hit-street
ଭୁବନେଶ୍ୱର : ଚାଷୀଙ୍କର ପ୍ରାଇସ , ପ୍ରେଷ୍ଟିଜ ,ପେନସନ ପାଇଁ ବାରମ୍ବାର ଆନ୍ଦୋଳନ କରି ଆସୁଥିବା ନବନିର୍ମାଣ କୃଷକ ସଂଘ ଆଜି ରାଜରାସ୍ତାରେ ଅନଶନ  ସହ ସତ୍ୟାଗ୍ରହ କରିଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବା ନେଇ ନବନିର୍ମାଣ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆନ୍ଦୋଳନରେ ରାଜ୍ୟର ବିଭିନ୍ନ ଅଂଚଳରୁ ଚାଷୀମାନେ ଆସି ଯୋଗଦେଇଛନ୍ତି । ରାଜ୍ୟର ୩୬ ଲ କ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ୫ ହଜାର ଟଙ୍କା ହିସାବରେ ବଜେଟରେ ବାର୍ଷିକ ୨୧,୬୦୦ କୋଟିଟଙ୍କା ପାରିତ ଦାବିରେ ଆଜିଠାରୁ ସତ୍ୟାଗ୍ରହକୁ ଓହ୍ଲାଇଛି ସଂଘ । ଆଗରୁ ମଧ୍ୟ ନବନିର୍ମାଣ କୃଷକ ସଂଘ ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ପାଇଁ ଆନ୍ଦୋଳନ କରିସାରିଛନ୍ତି , କିନ୍ତୁ ସରକାରୀସ୍ତର ଏହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି ।   ମହାରାଷ୍ଟ୍ରରେ ମଧ୍ୟ ୪୦ ହଜାର ଚାଷୀ ବିଧାନସଭା ଘେରାଉ କରିଛନ୍ତି । ବର୍ଷବର୍ଷ ଧରି ନବନିର୍ମାଣ ସଂଘ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ଆସୁଥିବାବେଳେ ଚାଷୀଙ୍କ ପ୍ରାଇସ, ପେନସନ ଓ ପ୍ରେଷ୍ଟିଜକୁ : ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ସହ ସତ୍ୟାଗ୍ରହ କରିବାର ନିଷ୍ପତି ନେଇଛି ସଂଘ ।