ପ୍ରାଣକୃଷ୍ଣ ଉଦ୍ଧାର : ସମ୍ବର୍ଦ୍ଧିତ ହେବେ ୪୦ ଅଗ୍ନିଶମ କର୍ମଚାରୀ

0
699
rescue by fire service
rescue by fire service
କଟକ : ପାଇପରେ ଫସି ରହିଥିବା ଶ୍ରମିକ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ଡାକ୍ତର କହିଛନ୍ତି।  ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୪୦ ଜଣ କର୍ମଚାରୀଙ୍କୁ ଆସନ୍ତା ସୋମବାର ଦିନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ।
କଟକ ତୁଳସୀପୁରରେ ପାଇପରେ ଫସି ରହିଥିବା ଶ୍ରମିକ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଥିବା ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୪୦ ଜଣ କର୍ମଚାରୀଙ୍କୁ ଆସନ୍ତା ସୋମବାର ଦିନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ। ଏଥିସହ ସେମାନଙ୍କୁ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୁରସ୍କାର ସ୍ୱରୂପ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ଅଗ୍ନିଶମ ବିଭାଗ ଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି।  ସୂଚନାଯୋଗ୍ୟ, କଟକ ପୋଲିସ ସିଗନାଲ୍ ମୁଖ୍ୟାଳୟ ନିକଟରେ ଆଜି ପୂର୍ବାହ୍ନରେ ନାଳ ସଫା କରୁଥିବା ବେଳେ ପାଇପ୍ ମଧ୍ୟରେ ଫଶି ଯାଇଥିଲେ ୭୦ ବର୍ଷର ବୃଦ୍ଧ ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲି । ଦେଉଳି ସାହି ଅଞ୍ଚଳର ପ୍ରାଣକୃଷ୍ଣ ନାଳ ସଫେଇ କାର୍ଯ୍ୟରେ ନିୟୋଜିତ ଥିଲେ । ଏହି ସମୟରେ ହଠାତ୍ ପାଣି ଖୋଲି ଦିଆଯିବାରୁ ଜଳସ୍ରୋତରେ ସେ ଠେଲି ହୋଇ ପାଇପର ୨୫ ଫୁଟ୍ ତଳକୁ ଖସି ଯାଇଥିଲେ । ଡ୍ରୋଜର ସହାୟତାରେ ମାଟି ଖୋଳି କଂକ୍ରିଟ୍ କାଟି ତାଙ୍କୁ ଉଦ୍ଧାର କରାଯାଇଥିଲା। ଦୀର୍ଘ ୭ ଘଣ୍ଟା ଧରି ଓଡ଼୍ରାଫ ଓ ଦମକଳବାହିନୀର ଉଦ୍ୟମ ପରେ ଶେଷରେ ଉଦ୍ଧାର ହୋଇଥିଲେ ପ୍ରାଣକୃଷ୍ଣ । ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ ଡାକ୍ତରଖାନାର ଭର୍ତି କରାଯାଇଛି। ଆଶୁ ବିଭାଗରେ ତାଙ୍କ ଚିକିତ୍ସା ଚାଲୁଅଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ଡାକ୍ତର କହିଛନ୍ତି। ପ୍ରାଣକୃଷ୍ଣଙ୍କ ଚିକିତ୍ସା ପାଇଁ ରେଡକ୍ରସ ପକ୍ଷରୁ ୩ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି।