ପ୍ରେମକୁ ବିରୋଧ ପାଇଁ ସଙ୍ଗଠନ ଛାଡିଲେ ଦୁଇ ମାଓବାଦୀ

0
852
maoist2
maoist2

ଅନୁଗୋଳ : ପ୍ରେମକୁ ବିରୋଧ କରାଯିବାରୁ ୨ କ୍ୟାଡର ମାଓବାଦୀ ମାଓ ସଂଗଠନ ଛାଡ଼ିଛନ୍ତି।  ଉଭୟେ  ଅନୁଗୋଳ ଏସ୍‌ପିଙ୍କ ନିକଟରେ  ଆତ୍ମସମର୍ପଣ କରିଛନ୍ତି।

ଅନୁଗୋଳ ଏସ୍‌ପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ କ୍ୟାଡର ମାଓବାଦୀ ହେଲେ ଦୟାନନ୍ଦ ଏବଂ ଜଲି ଦେହୁରୀ। ସେମାନେ ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେକ୍ସନ କମାଣ୍ଡର ଥିବା ଦୟାନନ୍ଦ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଜଲି ସହ ପ୍ରେମ ସମ୍ପର୍କ କାରଣରୁ ଦୟାନନ୍ଦକୁ ବିରୋଧ କରାଯିବାରୁ ଉଭୟେ ମାଓ ସଂଗଠନ ଛାଡ଼ିଥିବା କହିଛନ୍ତି।