ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

0
773
suicide by lovers couple
suicide by lovers couple
ବରଗଡ଼ : ପ୍ରେମ ବିଫଳ ହେବା ନେଇ ବରଗଡ଼ ଜିଲ୍ଲାରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୋହେଲା ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୋହେଲା ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମ ନିକଟରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ଏକ ମହୁଲ ଗଛରେ ସେମାନେ ଶାଢୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉଭୟଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାରମ୍ଭିକ ସୂଚନାନୁସାରେ, ଗ୍ରୀଞ୍ଜେଲ ଗ୍ରାମର ଗଣେଶ ସେଠ୍ ନାମକ ଜଣେ ୨୦ ବର୍ଷୀୟ ଟ୍ରାକ୍ଟର ଚାଳକ ମେହେର ପଡା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଭଲ ପାଉଥିଲେ। ମହିଳା ଜଣକ ବିବାହିତା ଥାଇ ମଧ୍ୟ ସେ ଗଣେଶକୁ ପରେ ଭଲ ପାଇ ବସିଥଲେ। ତେବେ ଆଜି ସକାଳୁ ଗ୍ରାମ ଠାରୁ ୨ କିଲୋମିଟର ଦୂର କେନ୍ଦୁମୁଣ୍ଡି ରାସ୍ତାର ମହୁଲ ଗଛରେ ଗୋଟିଏ ଶାଢ଼ୀରେ ଉଭୟ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଖବର ଦେବା ପରେ ଘଟଣାସ୍ଥଳରେ ସୋହେଲା ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତ ମହିଳାଙ୍କ ଗୋଟିଏ ୪ ବର୍ଷର ପୁଅ ଓ ଗୋଟିଏ ୨ ବର୍ଷର ଝିଅ ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ମହିଳା ଜଣକ ବିବାହିତ ଥିବାରୁ ପ୍ରେମ ବିଫଳ ହେବା ଜଣି ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।