ଫାଟିଲା ମୋବାଇଲ : ୪ ଶିଶୁ ଆହତ

0
842
tt
tt

ବ୍ରହ୍ମପୁର : ମୋବାଇଲ ଫାଟିଯିବାରୁ ୪ ଜଣ ଶିଶୁ ଆହତ ହୋଇଛନ୍ତି।  ଆଜି ଏମିତି ଏକ ଘଟଣା ବ୍ରହ୍ମପୁରରେ ଘଟିଛି।

ମଣିଷ ଜୀବନରେ ମୋବାଇଲ ଅତି ଦରକାରୀ ସାମଗ୍ରୀରେ ପରିଣତ ହୋଇଗଲାଣି। ଯାହା ହାତରେ ଦେଖିବେ ମୋବାଇଲ ରହିଛି। କିନ୍ତୁ ଏହା ବେଳେ ବେଳେ କାଳ ସାଜୁଛି। ମୋବାଇଲ ଧରି ଖେଳୁଥିବା ବେଳେ ଫାଟିଯିବାରୁ ୪ ଜଣ ଶିଶୁ ଆହତ ହୋଇଛନ୍ତି। ଆଜି ଏମିତି ଏକ ଘଟଣା ବ୍ରହ୍ମପୁରରେ ଘଟିଛି। ଗଞ୍ଜାମ ଜିଲ୍ଲା ଲୁଙ୍ଗୁରି ଗାଁରେ ୪ ଜଣ ଶିଶୁ ମୋବାଇଲ ଧରି ଖେଳୁଥିଲେ। ଏହି ସମୟରେ ମୋବାଇଲ୍‌ଟି ଫାଟିଯାଇଥିଲା। ଫଳରେ ୪ ଜଣ ଶିଶୁ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।