ନୂଆଦିଲ୍ଲୀ: ‘ଫେକ୍ ନ୍ୟୁଜ୍’ ନେଇ ସାମ୍ବାଦିକଙ୍କ ଅଧିସ୍ୱୀକୃତି ରଦ୍ଦ ପ୍ରସଙ୍ଗରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି।
‘ଫେକ୍ ନ୍ୟୁଜ୍’ ନେଇ ସାମ୍ବାଦିକଙ୍କ ଅଧିସ୍ୱୀକୃତି ରଦ୍ଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିଛନ୍ତି। ଏନେଇ ଗତକାଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। କେବଳ ପ୍ରେସ୍ କାଉନ୍ସିଲ୍ ହିଁ ଏନେଇ ନିଷ୍ପତ୍ତି ନେଇପାରିବ ବୋଲି ସେ କହିଛନ୍ତି।
‘ଫେକ୍ ନ୍ୟୁଜ’ ପ୍ରସଙ୍ଗରେ ଗତକାଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଯଦି କୌଣସି ସାମ୍ବାଦିକ ଫେକ ନ୍ୟୁଜ୍ ଛାପିଥିବା ବା ପ୍ରସାରଣ କରିଥିବା ଜଣାପଡେ, ତେବେ ତାଙ୍କର ଅଧିସ୍ୱୀକୃତିକୁ ରଦ୍ଦ କରାଯିବ। ନୂଆ ଗାଇଡ଼ଲାଇନ୍ ଅନୁସାରେ ଫେକ୍ ନ୍ୟୁଜ୍ ଛାପିଥିବା ସାମ୍ବାଦିକ ଯଦି ପ୍ରିଣ୍ଟି ମିଡିଆ ବୋଲି ଜଣା ପଡେ, ତେବେ ତାହାର ଯାଞ୍ଚ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଅ (ପିସିଆଇ)କୁ ଦିଆଯିବ। ଯଦି ଫେକ୍ ନ୍ୟୁଜ୍ କୌଣସି ବୌଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବ, ତେବେ ତଦନ୍ତ ପାଇଁ ନ୍ୟୁଜ ବ୍ରୋଡକାଷ୍ଟର୍ସ ଆସୋସିଏସନ୍ (ଏନ୍ବିଏ)କୁ ଯାଞ୍ଚ ପାଇଁ ପଠାଯିବ। ସେହି ସଂସ୍ଥା ଉକ୍ତ ନ୍ୟୁଜ୍ ଫକ୍ କି ନାହିଁ ତାହାର ତଦନ୍ତ କରିବ। ଉକ୍ତ ସଂସ୍ଥା ୧୫ ଦିନ ଭିତରେ ରିପୋର୍ଟ ଦେବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ପରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି।