ଫେସ୍‌ବୁକ ବନ୍ଦ କଲା ୫୮ କୋଟି ଆକାଉଣ୍ଟ

0
649
facebook1
facebook1
ନୂଆଦିଲ୍ଲୀ : ତିନି ମାସ ମଧ୍ୟରେ ଫେସ୍‌ବୁକ୍‌ ୫୮ କୋଟିରୁ ଉର୍ଦ୍ଧ୍ୱ ଏଭଳି ଆକାଉଣ୍ଟକୁ ବନ୍ଦ କରି ଦେଇଛନ୍ତି । ଏ ନେଇ ଫେସ୍‌ବୁକ ସିଇଓ ମାର୍ଗ ଜୁକରବର୍ଗ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଦିନକୁ ଦିନ ସୋସିଆଲ୍‌ ମିଡ଼ିଆ ଫେସ୍‌ବୁକରେ ଫେକ୍‌ ଆକାଉଣ୍ଟ ଓ ବିଭିନ୍ନ ଅଶ୍ଳୀଳ ପୋଷ୍ଟ୍‌ ଭଳି ମାମଲା ବଢ଼ିବାରେ ଲାଗିଛି । ଏହାକୁ ବନ୍ଦ କରିବାକୁ ଫେସ୍‌ବୁକ ପ୍ରୟାସ ଆରମ୍ଭ କରିଛି ।  ଫେସ୍‌ବୁକ୍‌ ଫେକ୍‌ ଆକାଉଣ୍ଟ ଓ ଅଶ୍ଳୀଳ ପୋଷ୍ଟ ଉପରେ ରୋକ ଲଗାଇବାକୁ ଦୀର୍ଘ ଦିନ ଧରି କାର୍ୟ୍ୟ କରି ଆସୁଥିଲା । ଏହା ପରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର ଓ ଟେକ୍ନୋଲୋଜିର ସାହାଯ୍ୟରେ ବିଭିନ୍ନ ଗ୍ରାଫିକ୍‌ ପୋଷ୍ଟକୁ ପ୍ରଥମେ ହଟାଇଥିଲା । ଫେସ୍‌ବୁକ ନିଜେ ୩୮ ପ୍ରତିଶତକୁ ଚିହ୍ନଟ କରିଥିଲା ଏବଂ ଅନ୍ୟଗୁଡ଼ିକ ଆକାଉଣ୍ଟଧାରୀ ନିଜେ ଅଭିଯୋଗ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଏହି କି ଯେ ଅଧିକ ପୋଷ୍ଟ୍‌ ଯୌନ ସମ୍ବନ୍ଧିତ ପୋଷ୍ଟ ଥିଲା । ୨୦୧୭ ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ୨୧ ମିଲିୟନ୍‌ ଏଭଳି ପୋଷ୍ଟ୍‌ ଦେଖିବାକୁ ମିଳିଥିଲା । ଏହା ସହିତ ଆତଙ୍କବାଦୀ ବିଚାରଧାରାକୁ ନେଇ କରାଯାଇଥିବା ୧୯ ଲକ୍ଷ ପୋଷ୍ଟକୁ ମଧ୍ୟ ହଟାଇ ଦିଆଯାଇଛି ।

ଫେସ୍‌ବୁକ୍‌ର ପ୍ରଡକ୍ଟ ପାର୍ଟନର୍‌ସିପ୍‌ ଉପାଧ୍ୟକ୍ଷ ଇମୀ ଆର୍କବୋଂଗ୍‌ ସୂଚନା ଦେଇଛନ୍ତି ଯେ କମ୍ପାନୀ ୨୦୦ରୁ ଅଧିକ ଆପ୍‌କୁ ନିଜ ଲିଙ୍କରୁ ହଟାଇ ଦେଇଛି । ଏହା ଦ୍ୱାରା ବ୍ୟବହାରକାରୀ ନିଜ ଡାଟାକୁ ଭୁଲ ଭାବରେ ବ୍ୟବହାର କରୁଥିଲେ । ଏଭଳି ଆପ୍‌ଗୁଡ଼ିକୁ ଚିହ୍ନଟ କରିବାକୁ କାମ ଚାଲୁ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।