ଫ୍ଲିପକାର୍ଟକୁ ୧୬ ବିଲିୟନ ଡଲାରରେ କିଣିଲା ଓ୍ଵାଲମାର୍ଟ

0
1073
walmart-flipcart
walmart-flipcart

ନୂଆଦିଲ୍ଲୀ : ଆମେରିକାର ପ୍ରତିଷ୍ଠିତ ଓ୍ଵାଲମାର୍ଟ ୧୬ ବିଲିୟନ ଡଲାରରେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ କିଣିଛି । ଓ୍ଵାଲମାର୍ଟ ଏବଂ ଫ୍ଲିପକାର୍ଟ ମଧ୍ୟରେ ସର୍ତ୍ତ ଆଧାରରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଓ୍ଵାଲମାର୍ଟରେ ବିକ୍ରି ହେବା ପରେ ଫ୍ଲିପକାର୍ଟର ମୂଲ୍ୟ ୧୮ ରୁ ୨୦ ଅରବ ଡଲାର ହେବାର ଅନୁମାନ କରାଯାଉଛି।

ଭାରତର ସବୁଠୁ ବଡ଼ ଅନଲାଇନ କମ୍ପାନୀ ଫ୍ଲିଲକାର୍ଟ ଏବେ ଓ୍ଵାଲମାର୍ଟର ହୋଇଯାଇଛି। ଆମେରିକାର ପ୍ରତିଷ୍ଠିତ ଓ୍ଵାଲମାର୍ଟ ୧୬ ବିଲିୟନ ଡଲାରରେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ କିଣିଛି। ୧୦୭୨ ଅରବ ଟଙ୍କା(୧,୦୭,୨୦୦ କୋଟି)ର ଚୁକ୍ତି ପରେ ଅନଲାଇନ ମାର୍କେଟରେ ଏପର୍ୟ୍ୟନ୍ତର ସବୁଠୁ ବଡ଼ ଡିଲରେ ପରିଣତ ହୋଇଛି। ଓ୍ଵାଲମାର୍ଟ ଏବଂ ଫ୍ଲିପକାର୍ଟ ମଧ୍ୟରେ ସର୍ତ୍ତ ଆଧାରରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଡିଲ ପରେ ସଫ୍ଟ ବ୍ୟାଙ୍କ, ନାସପେର ଓ ଆସେଲ ଫ୍ଲିପକାର୍ଟରୁ ବାହାର ହୋଇଯିବେ, ମାତ୍ର ଟାଇଗର ଗ୍ଲୋବାଲ, ବିନ୍ନି ବଂସଲ ଓ ଟେନସେଣ୍ଟଙ୍କ ଅଂଶ ଧନ ଏଥିରେ ଜାରି ରହିବ। ପ୍ରତିଦ୍ଵନ୍ଦୀ ଆମାଜନ ମଧ୍ୟ ଫ୍ଲିପକାର୍ଟକୁ କିଣିବାକୁ ଚାହୁଁଥିଲା। ମାତ୍ର ଭାରତୀୟ ଅନଲାଇନ ରିଟେଲରଙ୍କୁ ଓ୍ଵାଲମାର୍ଟର ଅଫର ପସନ୍ଦ ଆସିଲା। ଫ୍ଲିପକାର୍ଟର ସବୁଠୁ ବଡ଼ ନିବେଶକ ସଫ୍ଟବ୍ୟାଙ୍କ ମଧ୍ୟ ଏହାର ସୂଚନା ଦେଇଛି। ଓ୍ଵାଲମାର୍ଟରେ ବିକ୍ରି ହେବା ପରେ ଫ୍ଲିପକାର୍ଟର ମୂଲ୍ୟ ୧୮ ରୁ ୨୦ ଅରବ ଡଲାର ହେବାର ଅନୁମାନ କରାଯାଉଛି।

ଓ୍ଵାଲମାର୍ଡ ଓ ଫ୍ଲିପକାର୍ଟ ଚୁକ୍ତି ପରେ ଭାରତରେ ଓ୍ଵାଲମାର୍ଟର କାରବାର ପ୍ରାୟ ୧୦ ବିଲିୟନ ଡଲାର ହୋଇଯିବ। ଉଲ୍ଲେଖଯୋଗ୍ୟ ଓ୍ଵାଲମାର୍ଟ ଗ୍ଲୋବାଲ ସିଇଓ ଡଗ ମ୍ୟାକମିଲନ ଏହି ଡିଲ ପାଇଁ ଭାରତ ଆସିଥିଲେ ଏବଂ ବୁଧବାର ଦିନ ଚୁକ୍ତି ହେବା ନେଇ ଘୋଷଣା କରିଥିଲେ। ଏକ ତ୍ଵରିତ ଅନୁମାନ ମୁତାବକ ଫ୍ଲିପକାର୍ଟ ସହିତ ଚୁକ୍ତି କରିବା ପୂର୍ବରୁ ଓ୍ଵାଲମାର୍ଟ ପ୍ରାୟ ୪୩,୭୦୦ କୋଟି ଟଙ୍କାର କାରବାର କରୁଛି। ଅନ୍ୟ ପଟେ ଏହି ଚୁକ୍ତି ପରେ ଭାରତରେ ଫ୍ଲିପକାର୍ଟ-ମିନତ୍ରା, ଇବେ, ଜୋବାଙ୍ଗର ମୋଟ୍ ରାଜସ୍ଵ ୨୨,୯୧୧ କୋଟି ଟଙ୍କାରୁ ମୋଟ୍ କାରବାର ୬୭,୦୦୦ କୋଟି ପର୍ୟ୍ୟନ୍ତ ପହଞ୍ଚିଯିବ।

ଉଲ୍ଲେଖଯୋଗ୍ୟ ଭାରତରେ ସବୁଠୁ ବଡ଼ ଅନ୍ୟ ମଲଟି ନ୍ୟାସନାଲ କମ୍ପାନୀ ରୋସନେଫ୍ଟ ଏସାର ଓଏଲ ୨୦୧୬-୧୭ ଆର୍ଥିକ ବର୍ଷରେ ୬୩,୭୭୨ କୋଟି ଟଙ୍କାର କାରବାର କରିଥିଲା। ଅନ୍ୟ ପଟେ ଦେଶର ସବୁଠୁ ବଡ଼ ମଲଟି ନ୍ୟାସନାଲ କମ୍ପାନୀ ମାରୁତି ସୁଜୁକି ଏହି ସମୟରେ ମୋଟ୍ ୭୦,୪୧୮ କୋଟି ଟଙ୍କାର କାରବାର କରିଥିଲା। ଅର୍ଥାତ ଓ୍ଵାଲମାର୍ଟ-ଫ୍ଲିପକାର୍ଟର ଏହି ଚୁକ୍ତି ପରେ ଓ୍ଵାଲମାର୍ଟ ଦେଶର ସବୁଠୁ ବଡ଼ ମଲଟି ନ୍ୟାସନାଲ କମ୍ପାନୀରେ ପରିଣତ ହୋଇଯିବ।