ବକ୍ସ ଅଫିସରେ ସିନେମା ‘ରେଡ’ : କରୁଛି କୋଟି କୋଟି ଟଙ୍କାର ବ୍ୟବସାୟ

0
1037
film raid
film raid

ମୁମ୍ବାଇ :  ସିନେମା ‘ରେଡ’  ଶୁକ୍ରବାର ରିଲିଜ ହୋଇ ସାରିଛି । ସମୀକ୍ଷକଙ୍କ ସହିତ ଦର୍ଶକମାନେ ମଧ୍ୟ ଫିଲ୍ମ କୁ ପ୍ରାୟ ମଧ୍ୟମ ପ୍ରତିକ୍ରିୟା ମିଳିଛି । ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଏହି ପ୍ରଥମ ଦିନରେ ବକ୍ସ ଅଫିସରେ  ୧୦.୫୦ କୋଟି ଟଙ୍କା ବ୍ୟବସାୟ କରିଛି । ଯୁଏସଏ ରେ ୨୬.୭୭ ଲକ୍ଷ, ଅଷ୍ଟ୍ରେଲିଆରେ ୧୩.୫୦ ଲକ୍ଷ ଏବଂ ନ୍ୟୁଜଲାଣ୍ଡରେ ୬.୭୬ ଲକ୍ଷ ଟଙ୍କା ବ୍ୟବସାୟ କରିଛି । ବର୍ତମାନ ୱିକେଣ୍ଡ ଅଛି ଆଶା କରାଯାଉଛି ଏହି ଆହୁରି ମଧ୍ୟ ଭଳ ବ୍ୟବସାୟ କରିପାରେ । ଏହି ସିନେମାକୁ ୩୪୦୦ସ୍କ୍ରିନ୍ରେ ରିଲିଜ କରାଯାଇଛି । ସିନେମାଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ।

୧୯୮୧ ମସିଆରେ ସରଦ ଏକ ବ୍ୟବସାୟୀ ସରଦାର ଇନ୍ଦ୍ର ସିଂହଙ୍କ ଘରେ ଉପରେ ରେଡ କରାଯାଇଥିଲା ୬୦ ଲକ୍ଷ ଟଙ୍କାର କ୍ୟାଶ ଏବଂ ସୁନା ଗହଣା ଜବତ କରାଯାଇଥିଲା । ଏହି ରେଡ୍ ୧୮ ଘଂଟା ପର୍ଯ୍ୟନ୍ତ ଚାଲିଥିଲା ଓ ଏଥିରେ ୪୫ ଜଣ ଲୋକ ଟଙ୍କା ଗଣିବା ପାଇଁ ଆସିଥିଲେ ।  ଅଜୟ ଦେବଗନଙ୍କ ଦମଦାର ଅଭିନୟକୁ ଦର୍ଶକ ଥୁବ୍ ପସନ୍ଦ କରିଛନ୍ତି ଏବଂ ସିନେମା ୩୫ କୋଟି ଟଙ୍କା ବ୍ୟୟରେ କରାଯାଇଛି ।