କେନ୍ଦୁଝର : ବଜ୍ରପାତରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ଦମ୍ପତ୍ତି ହେଲେ ଝୁମ୍ପୁରା ବ୍ଲକ ବଡ଼ନେଉଳି ଗ୍ରାମ ପଞ୍ଚାୟତର ସିଲିଟିଆ ଗ୍ରାମର ମହେଶ୍ୱର ମହାନ୍ତ ଏବଂ ତାଙ୍କ ସ୍ତ୍ରୀ ଯଶୋଦା ମହାନ୍ତ।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗୋଡିପୋଖରୀ ନିକଟରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଇକରେ ଫେରୁଥିବା ବେଳେ ବଜ୍ରପାତ ହେବାରୁ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତକ ଦମ୍ପତ୍ତି ହେଲେ ଝୁମ୍ପୁରା ବ୍ଲକ ବଡ଼ନେଉଳି ଗ୍ରାମ ପଞ୍ଚାୟତର ସିଲିଟିଆ ଗ୍ରାମର ମହେଶ୍ୱର ମହାନ୍ତ ଏବଂ ତାଙ୍କ ସ୍ତ୍ରୀ ଯଶୋଦା ମହାନ୍ତ। ଯଶୋଦା ସିଲିଟିଆ ଗ୍ରାମରେ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟରତ ଥିଲେ।
ଜଣାପଡିଛି ଯେ, ଉଭୟ ସ୍ୱାମୀ ସ୍ତ୍ରୀ ପାଟଣା ପଟୁ ନିଜ ଘରକୁ ବାଇକ ଯୋଗେ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଏବଂ ତୁରୁମୁଙ୍ଗା ଥାନା ପୋଲିସ ପହଞ୍ଚି ଦୁଇ ମୃତ ଦେହକୁ ଜବତ କରିବା ସହ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।