ବଜ୍ରପାତ : ଶବ ପାଲଟିଲେ ଶବ ସତ୍କାରକ

0
764
thunderstorm
thunderstorm
ମୟୂରଭଞ୍ଜ :  ଶବ ସତ୍କାର କରିବାକୁ ଯାଇ ଶବ ପାଲଟିଲେ ଶବ ସତ୍କାରକ ।
ଶବ ପାଲଟିଲେ ଶବ ଦାହକ। ଶବ ସତ୍କାର କରିବାକୁ ଯାଇ ନିଜେ ହୋଇଗଲେ ଶବ। ମଙ୍ଗଳବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହରରରେ।  ମିଳିଥିବା ସୂଚନା ଅନୁଯାୟୀ, ବେତନଟୀ ନୂଆଗାଁ ପଞ୍ଚାୟତ ଛଚିନା ଗାଁର କୁଆଁର ସୋରେନ ଏବଂ ବାସେନ ମାଝୀ ତାଙ୍କର ଜଣେ ସଂପର୍କୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଆଜି ମଶାଣିକୁ ଯାଇଥିଲେ। ଶ୍ମଶାନରେ ଥିବା ବେଳେ ହଠାତ୍ ବଜ୍ରପାତ ହେବାରୁ ଉଭୟ ତଳେ ପଡି ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ତତକ୍ଷଣାତ୍ କୁଆଁର ଓ ବାସେନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।