ବଦଳାଯିବ ମାଓ ମୁକାବିଲା କୌଶଳ: ଡିଜିପି

0
829
dg police
dg police
ରାୟଗଡ଼ା : ମାଓ ମୁକାବିଲା କୌଶଳ ବଦଳାଯିବ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯିବ । ରାୟଗଡା ଏସପିଙ୍କ କାର୍ଯ୍ୟାଳୟରେ ମାଓ ଦମନ ନେଇ ବୁଧବାର ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରଶାଦ ଶର୍ମା। ଏହାସହ ନକ୍ସଲମାନେ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି।

ମାଓ ମୁକାବିଲା ନେଇ ଆଜି ରାୟଗଡା ଏସପିଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ରାୟଗଡା ଜିଲ୍ଲା ଗସ୍ତ କରି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ନକ୍ସଲ ଦମନ ସହ ନକ୍ସଲଙ୍କୁ ରୋକିବାକୁ ବିଭିନ୍ନ ରଣକୌଶଳ ଉପରେ ବୈଠକରେ ଉପସ୍ଥିତ ଥିବା କୋରାପୁଟ, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଏସପିଙ୍କ ସହ ଆଲୋଚନା ହୋଇଥିଲା। ଏହି ବୈଠକରେ ପଶ୍ଚିମାଂଚଳ ଡିଆଇଜି ଏସ.ସାଇନିଙ୍କ ସମେତ ଏଡିଜି ଅପରେସନ ଆର.ପି.କୋଚେ, ଆଇଜି ଗୁଇନ୍ଦା ଆର.କେ.ଶର୍ମା ଓ ସ୍ପେଶାଲ ଇଂଟେଲିଜେନ୍ସି ୱିଙ୍ଗ ନିର୍ଦ୍ଦେଶକ ଘନଶ୍ୟାମ ଉପାଧ୍ୟାୟ ମଧ୍ୟ ଉପସ୍ଥିତ ଥିଲେ।