ବଦଳିବେ ନାହିଁ କର୍ଣ୍ଣାଟକର ପ୍ରୋଟେମ ସ୍ପିକର

0
826
sc
sc
ନୂଆଦିଲ୍ଲୀ :  କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ପ୍ରୋଟେମ ସ୍ପିକରଙ୍କ ନିଯୁକ୍ତି କ୍ଷେତ୍ରରେ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲାଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ ।
ଅପରାହ୍ନରେ କର୍ଣ୍ଣାଟକ ବିଧାନସଭା ଦେଖିବ ଆଉ ଏକ ସୁପର ନିର୍ବାଚନ । କଂଗ୍ରେସ ଜେଡ଼ିଏସ ଓ ବିଜେପି ମଧ୍ୟରେ ଏହାକୁ ନେଇ ବ୍ୟାପକ ବିଚାର ବିମର୍ଷ ଚାଲିଥିବାବେଳେ ବିଜେପିକୁ ମିଳିଛି ବଡ଼ ଉପଶମ । କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ପ୍ରୋଟେମ ସ୍ପିକରଙ୍କ ନିଯୁକ୍ତି କ୍ଷେତ୍ରରେ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲାଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଫଳରେ ଜେଡ଼ିଏସ ଓ କଂଗ୍ରେସକୁ ସୁପର ନିର୍ବାଚନ ପୂର୍ବରୁ ଲାଗିଛି ଆଉ ଏକ ଝଟକା ।

କଂଗ୍ରେସ ଦ୍ୱାରା ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ଆବେଦନ ପତ୍ରରେ ଦର୍ଶାଯାଇଥିଲା କି କାର୍ଯ୍ୟନିର୍ବାହୀ ବାଚସ୍ପତି ନିଯୁକ୍ତି ସମ୍ପୂର୍ଣ୍ଣଭାବେ ଅସାମ୍ବିଧାନିକ । ପ୍ରୋଟେମ ସ୍ପିକର ନିଯୁକ୍ତିରେ ସବୁଠୁ ବରିଷ୍ଠ ବିଧାୟକଙ୍କୁ ନିଯୁକ୍ତି କରିବାର ବିଧି ରହିଛି । ବରିଷ୍ଟ ଦୃଷ୍ଟିରୁ ଆର ବି ଦେଶପାଣ୍ଡେ ସବୁଠୁ ଆଗରେ ଥିବାବେଳେ ବୋପେୟାଙ୍କୁ ନିଯୁକ୍ତି ଦେଇ ବିଜେପି ଆସ୍ଥା ଭୋଟ ପୂର୍ବରୁ ଆଉ ଏକ ତ୍ରୁୃଟି କରିଛି । ସୁପ୍ରିମକୋର୍ଟର ତିନି ଜଣିଆ ସ୍ୱତନ୍ତ୍ର ବେଂଚ ଉଭୟ ପକ୍ଷରୁ ଦାବି ଶୁଣିବା ପରେ କର୍ଣ୍ଣାଟକ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ପାଇଥିବା କେଜି ବୋପେୟାଙ୍କୁ ପ୍ରୋଟେମ ସ୍ପିକର ଭାବେ କାର୍ଯ୍ୟ ପରିଚାଳନା ସପକ୍ଷରେ ରାୟ ଶୁଣାଇଥିଲେ ।