ବଦଳିଲେ ୪ ଜିଲ୍ଲାପାଳ

0
909
odisha secretariate
odisha secretariate
ଭୁବନେଶ୍ୱର : ବଦଳିଲେ ୪ ଜିଲ୍ଲାପାଳ। ଓଡ଼ିଶାର ୪ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର।
ସର୍ବଭାରତୀୟ ପ୍ରଶାସନିକ ସ୍ତର(ଆଇଏଏସ)ରେ ଶନିବାର ଛୋଟ ଧରଣର ଅଦଳବଦଳ ହୋଇଛି। ଓଡ଼ିଶାର ୪ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ସୁରେନ୍ଦ୍ର କୁମାର ମୀନାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଏନ୍‌. ତିରୁମାଲା ନାୟକ ହୋଇଛନ୍ତି ନୟାଗଡ଼ ଜିଲ୍ଲାପାଳ।  ସେହିପରି ଅରିନ୍ଦମ ଡାକୁଆ ବଲାଙ୍ଗୀରର ଜିଲ୍ଲାପାଳ ଭାବେ ନିଯୁକ୍ତ  ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱ ବିନୀତ ଭରଦ୍ୱାଜଙ୍କୁ ମିଳିଛି।