ବନାବିରା ଗୁଳିକାଣ୍ଡ : ଜୟନାରାୟଣ ମିଶ୍ର ଗିରଫ

0
989
Jayanarayan-Mishra
Jayanarayan-Mishra
ସମ୍ବଲପୁର : ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ  ସମ୍ବଲପୁର ନନ୍ଦପଡାସ୍ଥିତ ବାସଭବନରୁ  ଗିରଫ କରିଛି  ।
ବରଗଡ଼ ବନାବିରା ଗୁଳିକାଣ୍ଡ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ ଗିରଫ କରିଛି । ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ତାଙ୍କ ବାସଭବନରେ ଚଢାଉ କରି ଗିରଫ କରିଛି ।  ବରଗଡ ସୋହେଲା ଥାନାର ବନାବିରାରେ ସୁଶାନ୍ତ ସିଂ ଭାଇ ସୁବ୍ରତ ସିଂଙ୍କ ଉପରେ ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିରେ ସୁବ୍ରତଙ୍କ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଜୟନାରାୟଣ ମିଶ୍ରଙ୍କ ହାତ ଥିବା ମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ । ପୋଲିସ ତାଙ୍କୁ ଖୋଜୁଥିବାବେଳେ ଘରକୁ ଫେରିଥିବା ଖବର ପାଇ ଆଜି ତାଙ୍କ ବାସଭବନରେ ପୋଲିସ ଚଢ଼ାଉ କରିଥିଲା । ଏହା ପରେ ଜୟନାରାୟଣଙ୍କୁ ଗିରଫ କରିଥିଲା । ଅନ୍ୟପକ୍ଷରେ ଏହି ଘଟଣାରେ ତାଙ୍କର ସଂପୃକ୍ତ ନ ଥିବା ଦର୍ଶାଇ ଅସୁସ୍ଥତା କାରଣରୁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ପ୍ରକାଶ କରିଛନ୍ତି ଜୟନାରାୟଣ । ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେପୁର ଉପ ନିର୍ବାଚନ ସମୟରେ ଫେବୃଆରୀ ୨୨ ରାତିରେ ବରଗଡ ସୋହେଲା ଥାନାର ବନାବିରାରେ ସୁଶାନ୍ତ ସିଂହ ଭାଇ ସୁବ୍ରତ ସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସୁବ୍ରତ ସିଂ, ତାଙ୍କ ସହଯୋଗୀ କାର୍ତିକ ନାଗ, ଖଗେଶ୍ୱର ମହାରଣା ଏବଂ ମାଗି ସାହୁ ଆହତ ହୋଇଥିଲେ । ଏଥିରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ୫ ଜଣ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି ।