ବନ୍ଦ ହେବନି ୨ ହଜାର ଟଙ୍କିଆ ନୋଟ ଛପା

0
1026
two thousand ruppes note
two thousand ruppes note

ନୂଆଦିଲ୍ଲୀ : ଦୁଇ ହଜାର ଟଙ୍କିଆ ନୋଟ ଛପା ଚାଲିଛି । ଭବିଷ୍ୟତରେ ଏହାର ଛପା ବନ୍ଦ କରିବା ପାଇଁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନଥିବା ସୂଚାଇଛନ୍ତି କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା ।
ଦୁଇ ହଜାର ଟଙ୍କିଆ ନୂଆ ନୋଟର ଛପା ବନ୍ଦ ହେବନି । ୫୦୦,୨୦୦ ଟଙ୍କିଆ ନୂଆ ନୋଟ ପରି ୨ ହଜାର ଟଙ୍କିଆ ନୋଟ ମଧ୍ୟ ଛପା ଚାଲିଛି । ଭବିଷ୍ୟତରେ ଏହାର ଛପା ବନ୍ଦ କରିବା ପାଇଁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନଥିବା ସୂଚାଇଛନ୍ତି କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା । ସେ କହିଛନ୍ତି ଯେ ଗତ ମାସରେ ନଗଦ ସଙ୍କଟ ସାମ୍ନାକୁ ଆସିବା ପରେ ଅଧିକ ସଂଖ୍ୟକ ୫୦୦ ଟଙ୍କିଆ ନୋଟ ଛପା ଯାଇଥିଲା । ସୂଚନା ଯୋଗ୍ୟ ଯେ, ଦୁଇ ହଜାର ଟଙ୍କିଆ ନୋଟ ଛପା ବନ୍ଦ ହେଉଥିବା ନେଇ କିଛି ଗଣମାଧ୍ୟମ ପ୍ରକାଶ କରିବା ପରେ ସାମ୍ବାଦିକମାନେ ଏ ବିଷୟରେ ଶୁକ୍ଲାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।