ସୁରକ୍ଷା ପାଇଁ ଆଶାରାମ ରହୁଥିବା ଯୋଧପୁର କେନ୍ଦ୍ରୀୟ କାରାଗାରାରେ ସ୍ୱତନ୍ତ୍ର ଅଦାଲତ ବସିଥିଲା । ମାତ୍ର ଏହା ପୂର୍ବରୁ ଜେଲ ପରିସର ସହିତ ଯୋଧପୁର ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବା ସହ ୧୪୪ ଧାରା ଜାରି କରାଯାଇଥିଲା । ଅନ୍ୟ ପଟେ ଉତ୍ତର ପ୍ରଦେଶରେ ପୀଡିତ ପରିବାରର ସୁରକ୍ଷା ବଢାଇ ଦିଆଯାଇଛି । ସହାଜହାନପୁରର କ୍ଷେତ୍ର ଅଧିକାରୀ କେବି ସିଂହ କହିଛନ୍ତି ଆମେ ପୀଡିତା ଏବଂ ତାଙ୍କର ପରିବାରକୁ ପୁରା ସୁରକ୍ଷା ଯୋଗାଇ ଦେଇଛୁ । ରାୟକୁ ନେଇ ପୋଲିସ ପୁରା ସତର୍କ ରହିଛି ।
ଉଲ୍ଲେଖ ଯୋଗ୍ୟ, ୨୦୧୩ ଅଗଷ୍ଟ ୧୫ରେ ଆଶାରାମଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଥିଲା । ସହାଜହାନପୁରର ପୀଡ଼ିତା ଯୋଧପୁରର ମନାଇ ଗାଁରେ ସ୍ଥିତ ଆଶ୍ରମରେ ଆଶାରାମଙ୍କ ଉପରେ ବଳାତ୍କାର ଅଭିଯୋଗ ଲଗାଇଥିଲେ । ପୀଡିତା ଦିଲ୍ଲୀରେ ଆଶାରାମଙ୍କ ବିପକ୍ଷରେ ଏତଲା ମଧ୍ୟ ଦେଇଥିଲେ । ଏହା ପରେ ଆଶାରାମଙ୍କୁ ମଧ୍ୟ ପ୍ରଦେଶର ଇନ୍ଦୋରରୁ ଯୋଧପୁର ପୋଲିସ ଗିରଫ କରିଥିଲା । ତେବେଠୁ ଆସାରାମ ଜେଲରେ ଅଛନ୍ତି । ଏହି ମାମଲାରେ ଅନେକ ଥର ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ପାଇବା ପାଇଁ ଆଶାରାମ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ମାତ୍ର ତାଙ୍କୁ କୌଣସି ଆଶ୍ଵସ୍ତି ମିଳିନାହିଁ । ତେବେ ଗତ ୭ ତାରିଖରେ କୋର୍ଟ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ।