ବଳାତ୍କାର ରାକ୍ଷସଙ୍କୁ ଫାଶିରେ ଝୁଲାଯିବ : ମୋଦୀ

0
881
modi-pm
modi-pm

ଜବଲପୁର :  ଝିଅଙ୍କ ସହିତ ଦୁର୍ବ୍ୟବହାର କରୁଥିବା ରାକ୍ଷସ ପ୍ରବୃତ୍ତି ଲୋକଙ୍କୁ ଫାଶିରେ ଝୁଲାଇ ଦିଆଯିବ।  ବଳାତ୍କାର ଘଟଣାରେ ଦେଶରେ ବଢୁଥିବା ବଳାତ୍କାର ଘଟଣା ଉପରେ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।   ମହିଳାଙ୍କୁ କେମିତି ବ୍ୟବହାର ଦିଆଯାଏ ଏହା ପୁରୁଷଙ୍କୁ ଶିଖିବାକୁ ପଡ଼ିବ। ସେମାନଙ୍କୁ ନିଜର ଦାୟିତ୍ଵ ବୁଝିବାକୁ ପଡ଼ିବ। ମୋଦୀ କହିଛନ୍ତି ଆମକୁ ମଧ୍ୟ ନିଜ ଝିଅର ଦାୟିତ୍ଵ ତୁଲାଇବାକୁ ପଡ଼ିବ।  ଏହାକୁ ସାମାଜିକ ଆନ୍ଦୋଳନ କରିବାକୁ ପଡ଼ିବ। ଏହା ପ୍ରଥମେ ନିଜର ପରିବାରରୁ ଆରମ୍ଭ ହେବା

ସରକାର ଝିଅଙ୍କ ସହିତ ଦୁର୍ବ୍ୟବହାର କରୁଥିବା ରାକ୍ଷସ ପ୍ରବୃତ୍ତି ଲୋକଙ୍କୁ ଫାଶିରେ ଝୁଲାଇବା ପାଇଁ ଆଇନ ତିଆରି କରିଛି।  ଦିଲ୍ଲୀରେ ଏମିତି ସରକାର ଅଛନ୍ତି ଯିଏ ଜନତାଙ୍କ ହୃଦୟର କଥା ଶୁଣୁଛନ୍ତି ଏବଂ ସେହି ଆଧାରରେ ନିର୍ଣ୍ଣୟ ନେଉଛନ୍ତି।

ମଧ୍ୟ ପ୍ରଦେଶର ମଣ୍ଡଲା ଜିଲ୍ଲାରେ ପଞ୍ଚାୟତିରାଜ ଦିବସ ଅବସରରେ ଆୟୋଜିତ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଗ୍ରାମ ସ୍ଵରାଜ ଅଭିଯାନର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଗାନ୍ଧୀଙ୍କ ସ୍ଵପ୍ନକୁ ଆମେ ସାକାର କରିବୁ।  ଗାନ୍ଧୀ କହୁଥିଲେ ଯେ ଭାରତର ପରିଚୟ ଗାଁରୁ ହୋଇଥାଏ। ଆମ ପାଖରେ ଗାନ୍ଧୀଜିଙ୍କ ସ୍ଵପ୍ନକୁ ସାକାର କରିବାର ସୁଯୋଗ ରହିଛି।

ମୋଦୀ କହିଛନ୍ତି ଯେ ସେ ଗାଁର ଲୋକଙ୍କ ଜୀବନ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ତେଣୁ ଜନପ୍ରତିନିଧି ଭଲ କାର୍ୟ୍ୟ କରିବାର ସଂକଳ୍ପ ନିଅନ୍ତୁ।  ଆମେ ଜନପ୍ରତିନିଧି ସରକାରଙ୍କ ସେବକ ନୁହଁ, ଆମେ ଜନତାଙ୍କ ପାଇଁ ନିର୍ବାଚିତ ହୋଇ ଯାଉଛୁ। ତେଣୁ ଜନତାଙ୍କ ପାଇଁ କାମ କରିବୁ।