ବସ୍ ଧର୍ମଘଟ : ଚଳାଚଳ ଠପ୍‌, ଯାତ୍ରୀ ହନ୍ତସନ୍ତ

0
837
bus strike
bus strike
ଭୁବନେଶ୍ୱର : ଘରୋଇ ବସ୍‌ ମାଲିକ ସଂଘ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଛି ।  ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ପୁରୀ ଭଳି ବିଭିନ୍ନ ସ୍ଥାନରେ ବସ୍‌ ଚଳାଚଳ ବନ୍ଦ ରହିଛି । ସକାଳ ୬ ଟାରୁ ରାଜ୍ୟ ସାରା ଘରୋଇ ବସ୍‌ ସେବା ବନ୍ଦ ରହିଛି ।
ସରକାରଙ୍କ ନିକଟରେ ବିଭିନ୍ନ ଦାବି ରଖି ଘରୋଇ ବସ୍‌ ମାଲିକ ସଂଘ ଧର୍ମଘଟର ଡାକରା ଦେଇଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ପୁରୀ ଭଳି ବିଭିନ୍ନ ସ୍ଥାନରେ ବସ୍‌ ଚଳାଚଳ ବନ୍ଦ ରହିଛି । ମାତ୍ର ଜୟପୁର ଘରୋଇ ବସ ମାଲିକ ସଂଘ ଏଥିରେ ସାମିଲ ହୋଇ ନାହିଁ । ଜୟପୁରରେ ବସ୍‌ ଚଳାଚଳ ସ୍ୱାଭାବିକ ରହିଛି ।  ଗତକାଲି ଅନେକ ଦାବିକୁ ନେଇ ସରକାର ଓ ଘରୋଇ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇଥିଲା । ମାତ୍ର  ସରକାର ଅଳ୍ପ କେତେକ ଦାବି ମାନି ନେଇ ଥିବାବେଳେ ସଂପୂର୍ଣ୍ଣ ଭାବରେ ଆଲୋଚନା ସଫଳ ହୋଇ ପାରି ନ ଥିଲା । ତେଣୁ ଘରୋଇ ବସ୍‌ ମାଲିକ ସଂଘ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାର ନିଷ୍ପତି ନେଇଥିଲା । ଟୋଲ ଆଦାୟ, ସିଟି ବସ୍‌ର ରୁଟ ଇତ୍ୟାଦି ପ୍ରାୟ ୧୪ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ମାତ୍ର ସରକାର ଓ ମାଲିକ ସଂଘ ମଧ୍ୟରେ ସାଧାରଣ ଯାତ୍ରୀ ପେଶୀ ହୋଇଯାଇଛନ୍ତି । ପ୍ରଚଣ୍ଡ ଖରା ଏବଂ ତା ସହିତ ବସ୍‌ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ତେବେ ଓଏସ୍‌ଆର୍‌ଟିସି ବସ୍‌ ସେବା ଜାରି ରହିଥିବାବେଳେ ସରକାର ଲୋକଙ୍କ ଜାହିଦାକୁ ଆଖି ଆଗରେ ରଖି ପ୍ରାୟ ୮ ଟି ବସ୍‌ ଅଧିକ ଚଳାଚଳ କରୁଥିବା ଦେଖାଯାଇଛି । ତେବେ ଆଜି ସଚିବାଳୟରେ ପୁଣି ଥରେ ସରକାର ଓ ଘରୋଇ ବସ୍‌ ମାଲିକ ସଂଘଙ୍କ ମଧ୍ୟରେ ଆଲୋଚନା ହେବାର ସୂଚନା ରହିଛି ।