ବସ ଧର୍ମଘଟ ପ୍ରତ୍ୟାହୃତ

0
792
bus strike
bus strike
ଭୁବନେଶ୍ୱର : ସରକାର ସବୁ ଦାବି ମାନି ନେବାରୁ ରାଜ୍ୟବ୍ୟାପି ଚାଲିଥିବା ବସ ଧର୍ମଘଟକୁ ପ୍ରତ୍ୟାହୃତ କରିଛି ଘରୋଇ ବସ ମାଲିକ ସଂଘ। ସାଧାରଣ ପରିଷଦ ବୈଠକରେ ଏହା ଘୋଷଣା କରିଛନ୍ତି ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ।

ଘରୋଇ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିବାନୁସାରେ, ସରକାରଙ୍କ ସହ ମାରାଥାନ ଆଲୋଚନା ହେବା ପରେ ସରକାର ଆମର ସମସ୍ତ ଦାବି ପୂରଣ କରିଛନ୍ତି। ଆମର ଥିବା ମୁଖ୍ୟ ଦାବି ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ, ସିଟି ବସ ଚଳାଚଳ ନେଇ ଏକ କମିଟି ଗଠନ କରାଯିବ। ଆସନ୍ତା ୩ ମାସ ପରେ କମିଟି ଏହା ଉପରେ ଏକ ରିପୋର୍ଟ ଦେବ। ଏହା ପରେ ସହରକୁ ଛାଡ଼ି ଅନ୍ୟାନ୍ୟ ରୁଟରେ ସିଟି ବସ ଚାଲିବ ନା ନାହିଁ ସେ ନେଇ ପରମିଟ୍ ଦିଆଯିବ। ତେବେ କମିଟି ରିପୋର୍ଟ ନ ଦେବା ପର୍ଯ୍ୟନ୍ତ ସିଟି ବସ ସ୍ୱଭାବିକ ଭାବେ ଚାଲୁ ରହିବ।