ବାଣ ବିସ୍ପୋରଣ : ୨ ଗୁରୁତର

0
892
BANA BISPORANA
BANA BISPORANA

ସାଲେପୁର: କଟକ ଜିଲ୍ଲା ସାଲେପୁର ଅଂଚଳରେ ବାଣ ବିସ୍ପୋରଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି  । ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାଣ ଭିଡ଼ିଲା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।  ଗୁରୁତର ଦୁଇ ଜଣ ହେଲେ ବଟକୁଷ  କାଣ୍ଡି ଓ ସୁକଦେବ କାଣ୍ଡି। ସେମାନଙ୍କ ଘର ପାଟପୁର ଗାଁରେ। ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।